ETV Bharat / city

କାନ୍ଥ ଭୁଶୁଡି ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୧୦ ଲକ୍ଷଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Aug 11, 2022, 11:05 PM IST

୨୦୧୩ ମସିହାରେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ‌କୋହ୍ଲବେଡ଼ା ଆଶ୍ରମ ସ୍କୁଲର କାନ୍ଥ ଭୁଶୁଡି ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ରାୟ ଶୁଣାଇଛନ୍ତି ହାଇକୋର୍ଟ । ମୃତ ଛାତ୍ରୀଙ୍କ ବାପାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

କାନ୍ଥ ଭୁଶୁଡି ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୧୦ ଲକ୍ଷଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କାନ୍ଥ ଭୁଶୁଡି ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୧୦ ଲକ୍ଷଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ‌କୋହ୍ଲବେଡ଼ା ଆଶ୍ରମ ସ୍କୁଲର କାନ୍ଥ ଭୁଶୁଡି ୭ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ ଘଟଣା । ମୃତ ଛାତ୍ରୀଙ୍କ ବାପାଙ୍କୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଗୁରୁବାର ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ‌କୋହ୍ଲବେଡ଼ା ଆଶ୍ରମ ସ୍କୁଲର ନବ ନିର୍ମିତ ରୋଷେଇ ଘର କାନ୍ଥ ଭୁଶୁଡି ୨୦୧୩ ଅକ୍ଟୋବର ୩ରେ ପ୍ରଥମ ଶ୍ରେଣୀ ଛାତ୍ରୀ ରାଇମତି ସୋରେନଙ୍କ ମୃତ୍ୟୁ ହୋଇଥିଲା । ତେବେ ବିନା ଅନୁମତିରେ ରୋଷେଇ ଘର ତିଆରି କରାଯାଇଥିବା ନେଇ ତଦନ୍ତରେ ଜଣାପଡିଥିଲା । ଏହି ଘଟଣାରେ ମୃତ ଛାତ୍ରୀଙ୍କ ପରିବାରକୁ ୧୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯାଇଥିଲା । ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଉପଯୁକ୍ତ କ୍ଷତିପୂରଣ ନେଇ ମୃତ ଛାତ୍ରୀଙ୍କ ବାପା ମାଧମ ସୋରେନ ୨୦୧୪ରେ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଜରିଆରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବୁଧବାର ଏନେଇ ରାୟ ଶୁଣାଇଛନ୍ତି ହାଇକୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.