ETV Bharat / city

ଜନ୍ମମାଟିକୁ ବାହୁଡିଲା ଜଗା, 108 ଆମ୍ବୁଲାନ୍ସ ଯୋଗେ ଗଲା ସ୍ବତନ୍ତ୍ର ଡାକ୍ତରୀ ଟିମ - କଟକ ଏସସିବିରୁ ଫେରିଲ ଜଗା

ଦୀର୍ଘଦିନ ପରେ ନିଜ ଜନ୍ମମାଟିକୁ ଫେରିଗଲା ଜଗା। 108 ଆମ୍ବୁଲାନ୍ସ ଯୋଗେ ଜଗାକୁ ଏସସିବିରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଅଧିକ ପଢ଼ନ୍ତୁ...

ଜନ୍ମମାଟିକୁ ବାହୁଡିଲା ଜଗା, 108 ଆମ୍ବୁଲାନ୍ସ ଯୋଗେ ଗଲା ସ୍ବତନ୍ତ୍ର ଡାକ୍ତରୀ ଟିମ

author img

By

Published : Mar 22, 2021, 5:17 PM IST

କଟକ: ଦୀର୍ଘଦିନ ପରେ ନିଜ ଜନ୍ମମାଟିକୁ ଫେରିଗଲା ଜଗା। ଯୋଡ଼ା ମୁଣ୍ଡ ଶିଶୁ ଜଗାକୁ ଫୁଲବାଣୀ ନେବାକୁ ଏକ ତିନି ଜଣିଆ ଡାକ୍ତରୀ ଦଳ କଟକ ଏସସିବି ପହଞ୍ଚି ଥିଲା। ଏହି ଟିମରେ ଦୁଇ ଜଣ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ରହିଥିଲେ। ଫୁଲବାଣୀରୁ ଆସିଥିବା ଏହି ସ୍ବତନ୍ତ୍ର ଡାକ୍ତରୀ ଦଳ ଜଗାର ଚିକିତ୍ସା ଓ ଚିକିତ୍ସାପରେ ଉନ୍ନତି ସମ୍ପର୍କରେ ଏସସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲା। ଏହାପରେ 108 ଆମ୍ବୁଲାନ୍ସ ଯୋଗେ ଜଗାକୁ ଏସସିବିରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଆଗକୁ ସେଠାରେ ହିଁ ଜଗାର ସ୍ବାସ୍ଥ୍ୟବସ୍ଥାର ଅନୁଧ୍ୟାନ କରାଯିବ।

ଜଗାକୁ ଫେରାଇ ନେବାକୁ କନ୍ଧମାଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି(ସୋମବାର) ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଜଗାର ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ସେ ହସ୍ପିଟାଲରୁ ଡିସଚାର୍ଜ ପାଇଁ ସମ୍ପୂର୍ଣ୍ଣ ଫିଟ ଅଛି। ଏନେଇ ରାଜ୍ୟ ସରକାରଙ୍କୁ ଏସସିବି କର୍ତ୍ତୃପକ୍ଷ ଅବଗତ ରାଇଥିଲେ। ଜଗାର ବାପା ମାଆ ମଧ୍ୟ ତାକୁ ଡିସଚାର୍ଜ କରିବା ପାଇଁ ଏସସିବି ଅଧିକ୍ଷକଙ୍କୁ ଅନୁରୋଧ କରିଥିଲେ।

ତେବେ ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଜଗାକୁ ଡିସଚାର୍ଜ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। 108 ଆମ୍ବୁଲାନ୍ସରେ ତିନି ଜଣିଆ ଡାକ୍ତରୀ ଦଳ ସହ ଜଗାକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ପଠାଇ ଦିଆଯାଇଛି। ସେଠାରେ ତାର ସ୍ବାସ୍ଥ୍ୟବସ୍ଥାର ଅନୁଧ୍ୟାନ କରାଯିବ। ଏନେଇ କଟକ ଏସସିବି ଡାକ୍ତରୀ ଦଳ ସହ ଆଲୋଚନା କରାଯାଇଛି।

ଜଗାର ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ବତନ୍ତ୍ର କୋଠରୀ ପ୍ରସ୍ତୁତ ରହିଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମେଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଦ୍ବୟଥିଲେ ଜଗା କାଳିଆ। ଦିଲ୍ଲୀ ଏମ୍ସରେ ସଫଳ ଅସ୍ତ୍ରୋପଚାର ପରେ ଦୁହିଁଙ୍କୁ ପରସ୍ପର ଠାରୁ ଅଲଗା କରାଯାଇଥିଲା। ଦିଲ୍ଲୀରୁ ଫେରିବା ପରେ କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ କାଳିଆ ଆରପାରିକୁ ଚାଲି ଯାଇଥିଲା। ତେବେ ଜଗାର ସ୍ବାସ୍ଥ୍ୟ ଅବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.