ETV Bharat / city

ବର୍ଷା ସମୟରେ କଟକର କାଳ ସାଜିଛି ଜାଇକା ଓ ନାଳ - ଜାଇକା

ପ୍ରଥମ ମୌସୁମୀ ଜନିତ ବର୍ଷାରେ କଟକ ହୋଇଥିଲା ଜଳମଗ୍ନ । ଅନେକ ସ୍ଥାନରେ ଘରେ ମଧ୍ୟ ପଶିଥିଲା ପାଣି । ଯାହାକୁ ନେଇ ସହରବାସୀଙ୍କ ବଢିଯାଇଛି ଚିନ୍ତା । ଗୋଟେ ପଟେ ନାଳ ସଫା ହେବାରେ ବିଳମ୍ବ ଅନ୍ୟପଟେ ଜାଇକା କାମ ଜାରି ରହିଥିବାରୁ ବର୍ଷା ସମୟରେ କିଏ କେଉଁଟି ଆହତ କିମ୍ବା ମୃତାହତ ହେବ ତାହା କିଏ ବା କହିବ । ଏହି ପ୍ରରିପେକ୍ଷିରେ କେବଳ ଅରକ୍ଷିତକୁ ଦଇବ ସାହା ପରି କଟକିଆଙ୍କୁ କେବଳ ଠାକୁର ସାହା । ଅଧିକ ପଢନ୍ତୁ..

ଜାଇକା ଓ ନାଳ ବର୍ଷା ସମୟରେ କଟକର କାଳ
ଜାଇକା ଓ ନାଳ ବର୍ଷା ସମୟରେ କଟକର କାଳ
author img

By

Published : Jun 30, 2020, 7:45 PM IST

କଟକ: ରାଜ୍ୟରେ ଆରମ୍ଭ ହୋଇଛି ମୌସୁମୀ ଜନିତ ବର୍ଷା । ଗୋଟେପଟେ ଏହା କୃଷକ ମାନଙ୍କ ପାଇଁ ବେଶ ଲାଭ ଦାୟକ ହୋଇଥିଲା ବେଳେ ଅନ୍ୟପଟେ କଟକବାସୀଙ୍କ ପାଇଁ ବଡ଼ ଅସୁବିଧାର ସମୟ । କାରଣ ବର୍ଷା ହେବା କ୍ଷଣି ରାସ୍ତା ଉପରେ ଲହଡି ମାଡରେ ଆଣ୍ଠୁଏ ଉଚ୍ଚର ପାଣି । ଆଉ ଜନ ଜୀବନ ବାଧା ପ୍ରାପ୍ତ ହୋଇଥାଏ । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ମୌସୁମୀ ଆସି ସାରିଛି । ଯାହାକୁ ନେଇ କଟକ ବାସିନ୍ଦାଙ୍କ ମନରେ ଏକ ପ୍ରକାର ଭୟ ଆସିଯାଇଛି । ଗୋଟେପଟେ ଜାଇକା କାମ ସରିନି ଅନ୍ୟପଟେ ପୁଣି କୃତ୍ରିମ ବନ୍ୟା ।

ଜାଇକା ଓ ନାଳ ବର୍ଷା ସମୟରେ କଟକର କାଳ
ପ୍ରଥମ ମୌସୁମୀ ଜନିତ ବର୍ଷାରେ କଟକ ହୋଇଥିଲା ଜଳମଗ୍ନ । ଅନେକ ସ୍ଥାନରେ ଘରେ ମଧ୍ୟ ପଶିଥିଲା ପାଣି । ଯାହାକୁ ନେଇ ସହରବାସୀଙ୍କ ବଢିଯାଇଛି ଚିନ୍ତା । ଗୋଟେ ପଟେ ନାଳ ସଫା ହେବାରେ ବିଳମ୍ବ ଅନ୍ୟପଟେ ଯାଇକା କାମ ଜାରି ରହିଥିବାରୁ ବର୍ଷା ସମୟରେ କିଏ କେଉଁଟି ଆହତ କିମ୍ବା ମୃତାହତ ହେବ ତାହା କିଏ ବା କହିବ । ଏହି ପ୍ରରିପେକ୍ଷିରେ କେବଳ ଅରକ୍ଷିତକୁ ଦଇବ ସାହା ପରି କଟକିଆଙ୍କୁ କେବଳ ଠାକୁର ସାହା । ଅନେକ ଜିଲାପାଳ ସିଏମସି ଅଧକାରୀ ବଦଳି ସ୍ୱତ୍ୱେ ସହରର ସ୍ଥିତି ଯେଉଁ ଅବସ୍ଥାକୁ ସେଇ ଅବସ୍ଥା । ତେବେ ବର୍ଷା ଯଦି କ୍ରମାଗତ ଲାଗିକି ରୁହେ ତେବେ ଡ୍ରେନ ପାଣି ଆସି ଘରେ ପଶିବ । ଆଉ ସେହି ଦୁଃଖର ବାଦଲ ପୁଣି କଟକିଆଙ୍କ ମୁଣ୍ଡ ଉପରେ ଦୃଶ୍ୟ ହେବ ।

ଅନ୍ୟପଟେ ଚଳିତ ମୌସୁମୀ ଜନିତ ବର୍ଷା କଟକର କିଛି ଅସୁବିଧା କରିବନି ବୋଲି ସ୍ପଷ୍ଟ କରିଛନ୍ତି ଜିଲାପାଳ । ସମସ୍ତ ନାଳ ବଡ଼ ନାଳ ସଫା କରିବା ପାଇଁ ନିର୍ଦେଶ ଦିଆ ସରିଛି, ଏହାଛଡା ଜାଇକା କାମ ତ୍ୱରିତ ଡ଼ଙ୍ଗରେ ଶେଷ ମଧ୍ୟ ହେଉଛି । ଯେଉଁଟି ଖାଲ ରହିଛି ସେଠି ମାଟି ବାଲି ପକାଇ ମଧ୍ୟ ସମତୁଲ ହେଉଛି । ତେବେ ଲୋକ ମାନେ ଏହି ଚଳିତ ମୌସୁମୀ ବର୍ଷାରେ ହଇରାଣ ହେବେନି ବୋଲି କହିଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟିନୀ । ଏହାସହ ଜିଲ୍ଲାପାଳଙ୍କ ସହ ସ୍ୱର ମିଶାଇଛନ୍ତି କଟକ ବାରଵାଟି ବିଧାୟକ ମହମ୍ମଦ ମୋକିମ । ବର୍ଷା ଆସିବା ପୂର୍ବରୁ ଆମେ ସତର୍କ ରହିଛୁ । ତଳିଆ ଅଞ୍ଚଳ ପାଇଁ ମଟର ବ୍ୟବସ୍ଥା କରାଯାଇଛି ଏହାଛଡା ଡ୍ରେନ ମଧ୍ୟ ଅଧା ର ଅଧିକ ସଫା ହେଉଛି ଯାହାଦ୍ୱାରା ବର୍ଷା ଜଳ ଡ୍ରେନ ରେ ପ୍ରବାହିତ ହେବ । ମୋଟାମୋଟି ଭାବରେ କହିବାକୁ ଗଲେ ଚଳିତ ମୌସୁମୀ ରେ କଟକିଆ ହେବନି ପ୍ରଭାବିତ ।

କୁହାଯାଇଥାଏ ବର୍ଷା ଦିନ ଆସିଲେ ସିଲଭରସିଟି କୁ ଲାଗେ ଭୟ । କାରଣ ଡ୍ରେନ ପାଣି ମିଶା ବର୍ଷା ଜଳ ରାସ୍ତା ଉପରେ ଲହଡି ମାରେ । ଆଉ ଏଥରକ ର ବୋଝ ଉଉପରେ ନଳିତା ବିଡା କାରଣ ଯାଇକା କାମ ଶେଷ ହେଉନି କେଉଁଟି ଖାଲ ଯଦି ରହିଯାଏ ତେବେ ଜୀବନ ଯିବା କଥା କୁ ମଧ୍ୟ ଅସ୍ବୀକାର କରିହେବନି । ତେବେ ଦେଖିବାକୁ ବାକି ସତରେ କଣ କଟକିଆଙ୍କ ଦୁଃଖ ଲାଘବ ହେବ ନା ସେଇ ବୋଝ ପୁଣି ଲଦି ହୋଇଯିବ ।

କଟକ ରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.