କଟକ: ସିଲ୍ଭର୍ ସିଟିରେ ପ୍ରଥମ କରି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ଶୁଭାରମ୍ଭ ହୋଇଛି । ବାଲିଯାତ୍ରା ପଡିଆରେ ଜୀବନ ବିନ୍ଦୁ ଶିବିରରୁ ଏହା ଶୁଭାରମ୍ଭ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି ।
ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର 7ଟି ଗାଡି ବିଭିନ୍ନ ଜିଲ୍ଲାକୁ ଯାଇଥିବା ବେଳେ କଟକକୁ ଗୋଟିଏ ଗାଡି ଦିଆଯାଇଛି । ଯାହା ଏସସିବି ମେଡ଼ିକାଲ ଦ୍ବାରା ପରିଚାଳିତ ହେବ । ଏହି ଗାଡି ଜିଲ୍ଲାର ସମସ୍ତ ଅଞ୍ଚଳ ବୁଲିବୁଲି ରକ୍ତ ସଂଗ୍ରହ କରିବ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ