କଟକ: ଘର ବାହୁଡ଼ିବ ଜଗା । 10 ଦିନ ପାଇଁ ଘରକୁ ଯିବା ପାଇଁ ସୁପରଟେଣ୍ଡେଣ୍ଟକୁ ଚିଠି ଲେଖିଲେ ବାପା ମା’ । ଦୀର୍ଘ 2 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମେଡିକାଲରେ ରହିବା ପରେ ଘରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଜଗା କାଳିଆଙ୍କ ପରିବାରଲୋକ ।
ତେବେ ଏହି ସଂକ୍ରାନ୍ତରେ ଏସିବି ମେଡିକାଲରେ ବସିବାକୁ ଯାଉଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଯେଉଁଠିରେ ସୁପରିଟେଣ୍ଡଣ୍ଟ ଜଗା କାଳିଆଙ୍କୁ ଚିକିତ୍ସା କରୁଥିବା ମେଡିକାଲ ଟିମ ଓ ଏସିବି ପ୍ରିନ୍ସିପାଲ ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି ।
ତେବେ ଜଗା ଵର୍ତ୍ତମାନ ଫିଟ ଥିବା ବେଳେ କାଳିଆର ସ୍ବାସ୍ଥ୍ୟବସ୍ଥାରେ ମଧ୍ୟ ସୁଧାର ଆଣିବା ପାଇଁ ଡକ୍ଟର ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି ବୋଲି କହିଛନ୍ତି ଜଗାକାଳିଆଙ୍କ ବାପା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ