ETV Bharat / city

ତୁଟୁନି ମୂର୍ତ୍ତି ନିର୍ମାଣ ବିବାଦ: ଶୁଣନ୍ତୁ କ'ଣ କହୁଛନ୍ତି ପୂର୍ବାଞ୍ଚଳ ଶାନ୍ତିକମିଟି ସମ୍ପାଦକ - ବିବାଦ ଘେରରେ ଚଳିତବର୍ଷ ଦୂର୍ଗାପୂଜା

ମୂର୍ତ୍ତି ନିର୍ମାଣକୁ ନେଇ ତୁଟୁନି ବିବାଦ । ପୋଲିସ କମିଶନର ଜାରି କରିଥିବା ନିର୍ଦେଶନାମାକୁ ନେଇ ପୂଜା କମିଟି ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ପୂର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକ କହିଛନ୍ତି, ଏହାକୁ ନେଇ ବିବାଦ ଲାଗି ରହିବା ଉଚିତ ନୁହେଁ। ଏହାଦ୍ବାରା ସହରର ଭାଇଚାରା ନଷ୍ଟ ହେବ ।

ତୁଟୁନି ମୂର୍ତ୍ତି ନିର୍ମାଣ ବିବାଦ; ଶୁଣନ୍ତୁ କ'ଣ କହୁଛନ୍ତି ପୂର୍ବାଞ୍ଚଳ ଶାନ୍ତିକମିଟି ସମ୍ପାଦକ

author img

By

Published : Sep 26, 2020, 8:51 PM IST

କଟକ: ତୁଟୁନି ମୂର୍ତ୍ତି ନିର୍ମାଣ ବିବାଦ। ମୂର୍ତ୍ତି ନିର୍ମାଣକୁ ନେଇ ପୋଲିସ କମିଶନର ଜାରି କରିଥିବା ନିର୍ଦେଶନାମାକୁ ନେଇ ପୂଜା କମିଟି ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ନିର୍ଦେଶନାମାକୁ ଚ୍ୟାଲେଞ୍ଜ କରି ଯଦିଓ କିଛି ପୂଜା କମିଟିମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ତଥାପି ଅନେକ ମଣ୍ଡପରେ ମୂର୍ତ୍ତି ନିର୍ମାଣ ହୋଇପାରିନାହିଁ ।

ତୁଟୁନି ମୂର୍ତ୍ତି ନିର୍ମାଣ ବିବାଦ; ଶୁଣନ୍ତୁ କ'ଣ କହୁଛନ୍ତି ପୂର୍ବାଞ୍ଚଳ ଶାନ୍ତିକମିଟି ସମ୍ପାଦକ

ଅନ୍ୟପଟେ ପୂର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକ କହିଛନ୍ତି, ଏହାକୁ ନେଇ ବିବାଦ ଲାଗି ରହିବା ଉଚିତ ନୁହେଁ । ଏହାଦ୍ବାରା ସହରର ଭାଇଚାରା ନଷ୍ଟ ହେବ । ସେହିପରି ପ୍ରଶାସନ ମଧ୍ୟ କୋହଳ ମନୋଭାବ ରଖିବାକୁ ସେ ଅନୁରୋଧ କରିଛନ୍ତି । ଖୁବ କମ ପୂଜା କମିଟିମାନେ ମୂର୍ତ୍ତି ନିର୍ମାଣ କରିସାରିଛନ୍ତି ।

ତେଣୁ ମୂର୍ତ୍ତିକୁ ନ ଭାଙ୍ଗି ମୂର୍ତ୍ତି ବିସର୍ଜନ ପାଇଁ ପ୍ରଶାସନ ଦାୟିତ୍ବ ନେବାକୁ ସେ ଅନୁରୋଧ କରିଛନ୍ତି । ଥରେ ମୂର୍ତ୍ତି ନିର୍ମାଣ କରାଗଲେ ଭାଙ୍ଗିବାର ପରମ୍ପରା ନାହିଁ । ତେଣୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି । ତେବେ ଯେଉଁ ପୂଜା କମିଟିମାନେ ଏପର୍ଯ୍ୟନ୍ତ ମୂର୍ତ୍ତି ନିର୍ମାଣ କରିନାହାଁନ୍ତି, ସେମାନେ ସରକାରଙ୍କ ନିର୍ଦେଶନାମା ଅନୁଯାୟୀ ମୂର୍ତ୍ତି ନିର୍ମାଣ କରିବାକୁ ସେ ଅନୁରୋଧ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.