ETV Bharat / city

ଓଡ଼ିଆ ବଜାର ହତ୍ୟା ଘଟଣା, ଅଭିଯୁକ୍ତର ଟେର୍ ପାଉନି ପୋଲିସ - କଟକ ଖବର

ଓଡ଼ିଆ ବଜାର କୁତ୍ତାଖାଇ ଗଳିରେ ମହିଳାଙ୍କୁ ବେକ କାଟି ହତ୍ୟା ଘଟଣା । ୨୪ ଘଣ୍ଟା ପରେବି ପୋଲିସ ହାତ ଖାଲି । ଅଧିକ ପଢନ୍ତୁ

investication process continue in odia bazar murder case says says dcp cuttack
ଓଡ଼ିଆ ବଜାରରେ ମହିଳାଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତର ଟେର୍ ପାଇନି ପୋଲିସ
author img

By

Published : Jul 16, 2022, 7:02 PM IST

କଟକ: ଓଡ଼ିଆ ବଜାର କୁତ୍ତାଖାଇ ଗଳିରେ ମହିଳାଙ୍କ ବେକ କାଟି ହତ୍ୟା କରିବା ଘଟଣାକୁ ୨୪ ଘଣ୍ଟା ବିତିଲାଣି । ହେଲେ ଅଭିଯୁକ୍ତର ଟେର୍ ପାଉନି ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଚୋରି ଉଦ୍ଦେଶ୍ୟ ପାଇଁ ହତ୍ୟା ନୁହେଁ ବୋଲି ପୋଲିସ ସ୍ପଷ୍ଟ କରିଛି । ତେବେ ସ୍ପଷ୍ଟଦିବାଲୋକରେ ବି.ଗୁଣାବତୀଙ୍କୁ କିଏ କାହିଁକି ମାରିଲା ତାହା ଏବେ ରହସ୍ୟ ଘେରରେ । କିଏ ସେ ନିର୍ମମ ହତ୍ୟାକାରୀ ? ହତ୍ୟା କରିବା ପଛର କାରଣ କଣ ? କିଏ କରିଥିଲା ହତ୍ୟାର ପ୍ଲାନ୍ ? କଟକ ଓଡ଼ିଆ ବଜାର କୁତ୍ତାଖାଇ ଗଳି ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମହିଳାଙ୍କ ହତ୍ୟା ଘଟଣାକୁ ନେଇ ବଢୁଛି ସସପେନ୍ସ ।

ଓଡ଼ିଆ ବଜାରରେ ମହିଳାଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତର ଟେର୍ ପାଇନି ପୋଲିସ

ଶୁକ୍ରବାର ଦିନ ସମୟ ୧ ଟାରୁ ୨ ଟା ଏହାରି ଭିତରେ ବି.ଗୁଣାବତୀଙ୍କୁ କେହି ଘରେ ପଶି ବେକ କାଟି ହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ଵାମୀ ବି. ଆପ୍ପା ରାଓ ଅଭିଯୋଗ କରିଛନ୍ତି । ଖବର ପାଇ ଲାଲବାଗ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ, ଆଜି କ୍ରାଇମ ଡିସିପି ପ୍ରମୋଦ ରଥ ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ଏତେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଗୁଣାବତୀଙ୍କୁ କିଏ ଓ କାହିଁକି ହତ୍ୟା କଲା । ସେ ନେଇ ଅଧିକ ଖୋଳତାଡ କରୁଛି ପୋଲିସ ।

ଏଥିପାଇଁ ଜୋନ୍‌ ୩ ଏସିପି ତାପସ ପ୍ରଧାନଙ୍କ ନେତୃତ୍ଵରେ ଏକ ସ୍ପେଶାଲ ଟିମର ମଧ୍ୟ ଗଠନ କରାଯାଇଛି । ସ୍ଥାନୀୟ ଅଞ୍ଚଳରୁ କିଛି ସିସିଟିଭି ଫୁଟେଜ୍ ଜବତ ହୋଇଥିବାବେଳେ, ସମ୍ପର୍କୀୟ, ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରୁଛି ପୋଲିସ । ତେବେ ଚୋରି ପାଇଁ ଏହା ହତ୍ୟା ହୋଇନାହିଁ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିବା ପରେ ଯୋଜନାବଦ୍ଧ ଭାବେ ଗୁଣାବତୀଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରି ତଦନ୍ତ କରୁଛି ପୋଲିସ ।

ସେପଟେ ବଡ଼ ମେଡ଼ିକାଲରେ ପୋଷ୍ଟମର୍ଟମ ପରେ ଗୁଣାବତୀଙ୍କ ମୃତଦେହ ଘରକୁ ଅଣା ଯାଇଥିଲା । ଗୁଣାବତୀଙ୍କୁ କିଏ ଓ କାହିଁକି ହତ୍ୟା କଲା ସେ ନେଇ ଆଲୋଚନା କରୁଛନ୍ତି ସ୍ଥାନୀୟ ବାସିନ୍ଦା । କେବଳ ଏତିକି ନୁହେଁ ଏଭଳି ହତ୍ୟାକାଣ୍ଡକୁ ବିରୋଧ କରି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଲୋକମାନେ କଳା ବ୍ୟାଚ୍‌ ମଧ୍ୟ ପରିଧାନ କରିଥିଲେ । କିଏ ଓ କାହିଁକି ହତ୍ୟା କରିଛି ତା ଉପରୁ ପରଦା ଉଠେଇ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ମୃତକଙ୍କ ସ୍ବାମୀ ଓ ସମ୍ପର୍କୀୟ ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.