କଟକ: ସିଲଭର ସିଟିରେ ପାଳନ ହେଲା ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ବିଭିନ୍ନ ମହିଳା ସଙ୍ଗଠନ ଓ ଅନ୍ୟାନ୍ୟ ଉଚ୍ଚ ପଦସ୍ତ ଅଧିକାରୀଙ୍କ ଉପସ୍ଥିତିରେ ମହିଳା ମାନଙ୍କ ବିକାଶ ନେଇ ଆଲୋଚନା କରାଯାଇଥିଲା । ବିଶେଷକରି ବର୍ତ୍ତମାନ ସମୟରେ ଅତ୍ୟାଚରର ଶିକାର ହେଉଥିବା ମହିଳା ଓ ନାବାଳିକାଙ୍କର ସୁରକ୍ଷା କିପରି ଆହୁରି ମଜଭୁତ କରାଯାଇ ପାରିବ ।
ଏହା ଉପରେ ଜିଲ୍ଲାପାଳ ଫୋକସ କରିଥିଲେ । ତେବେ ଆଗମୀ ଦିନରେ କିପରି ଏହି ଅତ୍ୟାଚାର ଦୃଶ୍ୟ ଉପରେ ରୋକ ଲଗାଯାଇ ପାରିବ । ତାହା ଉପରେ ଆଇନକୁ କଠୋର କରାଯିବ ସେ ନେଇ ଆଲୋଚନା କରାଯାଇଥିଲା ।
କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ