ETV Bharat / city

International Labour Day: କଟକରେ ଶ୍ରମିକ ଦିବସ ପାଳିତ

ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ । ଏ ଅବସରରେ କଟକ ସହିଦ ଭବନରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳିତ ହୋଇଛି । ଅଧିକ ପଢନ୍ତୁ

author img

By

Published : May 1, 2022, 2:10 PM IST

International Labour Day;ସିଲଭର ସିଟିରେ ଶ୍ରମିକ ଦିବସ ପାଳିତ

କଟକ: ଆଜି ଆନ୍ତର୍ଜାତୀୟ ଶ୍ରମିକ ଦିବସ । ଏ ଅବସରରେ କଟକ ସହିଦ ଭବନରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳିତ ହୋଇଛି । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଏଥିରେ ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, କଟକ ମେୟର ସୁବାସ ସିଂ,ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଯୋଗ ଦେଇଥିଲେ । ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ହୋଇଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ । ଅଣସଂରକ୍ଷିତ ଶ୍ରମିକ ମାନଙ୍କ ପାଇଁ ମଧ୍ୟ ସରକାର ଦ୍ବାରା ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି ।

ତେବେ ନିର୍ମାଣ ଶ୍ରମିକ ମାନଙ୍କୁ ସଂଗଠିତ କରିବାରେ ଓଡିଶା ସରକାର ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ତେବେ ମେ 1 ରୁ ଶ୍ରମିକଙ୍କ ମଜୁରୀ ବୃଦ୍ଧି କରି ସରକାର ଶ୍ରମିକ ଦିବସର ଭେଟି ଦେଇଛନ୍ତି । ତେବେ ଆଗାମୀ ଦିନରେ ଶ୍ରମିକ ମାନଙ୍କ ବିକାଶ ନିଶ୍ଚୟ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.