କଟକ: ଖାରଜ ହେଲା ପୁଞ୍ଜିଲାଲ ମେହେରଙ୍କ ଅନ୍ତରୀଣ ଜାମିନ ଆବେଦନ । ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର ଶୁଣାଣି ପରେ ଏହି ଆବେଦନ ଖାରଜ ହୋଇଛି ।
ପ୍ରକାଶ ଥାଉ କି ୩ ମାସର ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ପୁଞ୍ଜିଲାଲ । ନିଜର ପତ୍ନୀଙ୍କ ଦେହ ଅସୁସ୍ଥତା ଥିବା ଦର୍ଶାଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ହେଲେ ଶୁଣାଣି ପରେ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।
ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ପୋରଣ ପ୍ରସଙ୍ଗରେ ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ବଲାଙ୍ଗୀରର ପୁଞ୍ଜିଲାଲ ପୂର୍ବରୁ ମାଆଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଜାନୁୟାରୀରେ ଜାମିନରେ ବାହାରକୁ ଆସିଥିଲେ । ଉଲ୍ଲେଖଯୋଗ୍ୟ ଯେ ଫେବୃୟାରୀ 23, 2018ରେ ଏହି ଘଟଣା ଘଟିଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
ପାଟଣାଗଡ ପାର୍ସଲ ବୋମା ଘଟଣା: ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଖାରଜ - ପୁଞ୍ଜିଲାଲଙ୍କ ଜାମିନ ଆବେଦନ ଖାରଜ
ଖାରଜ ହେଲା ପୁଞ୍ଜିଲାଲ ମେହେରଙ୍କ ଅନ୍ତରୀଣ ଜାମିନ ଆବେଦନ । ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...