ETV Bharat / city

ହାଇକୋର୍ଟରେ ବଢ଼ିଲା କଟକଣା, ମେ 1 ଯାଏଁ ଭିସି ରେ ଶୁଣାଣି - ହାଇକୋର୍ଟ

ମେ ୧ ତାରିଖ ପର୍ଯ୍ୟନ୍ତ ଭିଡିଓ କନଫରେନସିଂ ଜରିଆରେ ହାଇକୋର୍ଟ ରେ ଜରୁରୀ ମାମଲା ଶୁଣାଣି କରାଯିବ। ଲକଡାଉନ ଅବଧି ବୃଦ୍ଧି ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଅଧିକ ପଢନ୍ତୁ...

hearings-in-video-conferencing
hearings-in-video-conferencing
author img

By

Published : Apr 16, 2020, 10:00 AM IST

କଟକ: ଲକଡାଉନ ଅବଧି ବୃଦ୍ଧି ପରେ ହାଇକୋର୍ଟରେ ମାମଲା ଶୁଣାଣି କଟକଣା ମଧ୍ୟ ବୃଦ୍ଧି କରାଯାଇଛି। ଆସନ୍ତା ମେ ୧ ତାରିଖ ପର୍ଯ୍ୟନ୍ତ ଭିଡିଓ କନଫରେନସିଂ ଜରିଆରେ ହାଇକୋର୍ଟରେ ଜରୁରୀ ମାମଲା ଶୁଣାଣି କରାଯିବ। ଗୋଟିଏ ଲେଖାଏଁ କାର୍ଯ୍ୟ ଦିବସ ଅନ୍ତରରେ ଅର୍ଥାତ ଏପ୍ରିଲ ୧୭, ୨୦, ୨୨, ୨୪ ଓ ମେ ୧ ତାରିଖରେ ହାଇକୋର୍ଟ ରେ ଶୁଣାଣି ହେବ।

hearings-in-video-conferencing
ହାଇକୋର୍ଟରେ ବଢ଼ିଲା କଟକଣା

ଗୋଟିଏ ଖଣ୍ଡପୀଠ ଓ ଦୁଇଜଣ ସିଙ୍ଗଲ ଜଜ୍ ପୃଥକ ପୃଥକ ଭାବେ ମାମଲାର ଶୁଣାଣି କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ସରକାରୀ ଛୁଟି ଦିନ ବ୍ୟତୀତ ପୂର୍ବଭଳି ନୁଆ ମାମଲା ରୁଜୁ ପାଇଁ ଦିନ ସାଢେ ୧୦ ଟାରୁ ଅପରାହ୍ନ ଗୋଟିଏ ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ। କାଉଣ୍ଟରରେ ଯେପରି ସାମାଜିକ ଦୂରତର କଟକଣା ଉଲଂଘନ ନହୁଏ ସେଥିପାଇଁ ଆବଶ୍ୟକ ସୁରକ୍ଷାକର୍ମୀ ମୁତୟନ କରାଯିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.