କଟକ: କଟକ ରେଳ ଷ୍ଟେସନର ହେବ ଆଧୁନିକୀକରଣ। ଯାତ୍ରୀଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା ସୁଯୋଗ। ଆଜି ରେଳ ଷ୍ଟେସନକୁ ଖୋର୍ଦ୍ଧା DRM ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି। ନିକଟରେ ଦାୟିତ୍ବ ଗ୍ରହଣ କରିଥିବା ନୂଆ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ କ୍ରମେ କଟକ ରେଳ ଷ୍ଟେସନର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି DRM ।
ଏହା ସହ ରେଳ ଷ୍ଟେସନର goods shed ସହ ବିଭିନ୍ନ ସ୍ଥାନ ବୁଲି ଭିତ୍ତିଭୂମି ସମୀକ୍ଷା କରିଥିଲେ DRM । ଏ ସମ୍ପର୍କିତ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦିଆଯିବା ନେଇ ମଧ୍ୟ ସୂଚନା ମିଳିଛି । ଏହା ପରେ ଷ୍ଟେସନର ବିଭିନ୍ନ ଆଧୁନିକୀକରଣ ପ୍ରକଳ୍ପ କାର୍ଯ୍ୟର ଆରମ୍ଭ ହେବା ସହ ସ୍ବତନ୍ତ୍ର ସୁବିଧା ସୁଯୋଗ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ଖୋର୍ଦ୍ଧା DRM ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ