କଟକ: ବଡମ୍ବା ଥାନା କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଥିବା ଟିଏମସି ସେଣ୍ଟରରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ଘଟିଛି । ପ୍ରବାସୀ ଯୁବକ ଜଣକ ସେହି ଗ୍ରାମର ବ୍ରଜବନ୍ଧୁ ରଣା (42 ବର୍ଷ)ବୋଲି ଜଣାପଡିଛି । ସେ ଗତ ମେ ୨୬ ତାରିଖରେ ମୁମ୍ବାଇରୁ ଆସି କୃଷ୍ଣଚନ୍ଦ୍ରପୁର ଟିଏମସି ସେଣ୍ଟରରେ କ୍ବାରେଣ୍ଟାଇନରେ ଥିଲେ ।
ତେବେ ସ୍କୁଲର ପାଚେରୀ ଆରପଟେ ତାଙ୍କର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ଖବର ଦେଇଥିଲେ । କିପରି ତାଙ୍କର ମୃତ୍ୟୁ ଘଟିଛି, ପାଚେରୀ ଆରପଟକୁ ମୃତଦେହ କିପରି ଗଲା? ଯାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ତେବେ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ନେଇ ବଡ଼ମ୍ବା ମେଡ଼ିକାଲ ଅଫିସର ସୂଚନା ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ