ETV Bharat / city

ଡି-ବ୍ରଦର୍ସଙ୍କ ଘର ସିଲିଂରୁ ଜବତ ବନ୍ଧୁକ, ମିଳିଲା 175 ରାଉଣ୍ଡ ଅଫୁଟା ଗୁଳି - cuttack news

ଘର ନୁହେଁ ତ ଅସ୍ତ୍ରଶସ୍ତ୍ରର ଭଣ୍ଡାର । ଡି-ବ୍ରଦର୍ସଙ୍କ ଘରୁ ପୁଣି ଅସ୍ତ୍ରଶସ୍ତ୍ର ଜବତ କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

ପୁଣି ଡି-ବ୍ରଦର୍ସଙ୍କ ଘରୁ ବନ୍ଦୁକ ଜବତ
ପୁଣି ଡି-ବ୍ରଦର୍ସଙ୍କ ଘରୁ ବନ୍ଦୁକ ଜବତ
author img

By

Published : Dec 26, 2020, 5:03 PM IST

Updated : Dec 26, 2020, 5:39 PM IST

କଟକ: ଘର ନୁହେଁ ତ ଅସ୍ତ୍ରଶସ୍ତ୍ରର ଭଣ୍ଡାର ! ଡି-ବ୍ରଦର୍ସଙ୍କ ଘରୁ ପୁଣି ଅସ୍ତ୍ରଶସ୍ତ୍ର ଜବତ କଲା କମିଶନରେଟ ପୋଲିସ । ଦୁଇ ଦିନ ଧରି ସେମାନଙ୍କ କଟକ ସିଡିଏ ସ୍ଥିତ ବାସଭବନରେ ତଲାସୀ ପରେ ୩ଟି ବନ୍ଧୁକ, ୫ଟି ମାଗାଜିନ, ୧୭୫ ରାଉଣ୍ଡ ଗୁଳି ସହ ୧୬ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଏହାକୁ ମିଶାଇ ଗତ ୧୫ ଦିନ ମଧ୍ୟରେ ଡି-ହାଉସରୁ ମୋଟ ୧୧ଟି ବନ୍ଧୁକ ଓ ୧୨ଶହ ରାଉଣ୍ଡ ଗୁଳି ଜବତ ହୋଇ ସାରିଲାଣି ।

ପୁଣି ଡି-ବ୍ରଦର୍ସଙ୍କ ଘରୁ ବନ୍ଦୁକ ଜବତ

ତେବେ ଜେଲରେ ଥାଇ ନିଜ ଅପରାଧିକ ସାମ୍ରାଜ୍ୟକୁ ବୃଦ୍ଧି କରିବାକୁ ଯାଇ ଦୁଇ ଭାଇ ଏହି ସମସ୍ତ ଅସ୍ତ୍ରଶସ୍ତ୍ର ଠୁଳ କରିଥିବା ସୂଚନା ଦେଇଛନ୍ତି କଟକ ଡିସିପି । ସମସ୍ତ ସାମଗ୍ରୀକୁ ଛାତରେ ଲାଗିଥିବା ସିଲିଂରୁ ହିଁ ଠାବ ହୋଇଛି । ବଡ କଥା ହେଉଛି ନିଜେ ସୁଶିଲ ହିଁ ସେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ବାବଦରେ ପୋଲିସକୁ କହିଥିଲା । ଡି-ହାଉସରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖାଯାଇଥିବା ନେଇ ପୋଲିସ ଉଭୟ ସୁଶାନ୍ତ ଏବଂ ସୁଶିଲ ଧଳସାମନ୍ତଙ୍କୁ ତାଙ୍କ ଘରୁ ଆଣି ସର୍ଚ୍ଚ କରିଥିଲା ।

ବନ୍ଧୁକ ଓ ଗୁଳି ରଖାଯାଇଥିବା ସ୍ଥାନକୁ ସୁଶିଲ ଚିହ୍ନଟ କରିଥିଲା ସତ କିନ୍ତୁ ଟଙ୍କା ଗୁଡିକୁ ତାର ଅନୁପସ୍ଥିତିରେ ତାର କିଛି ସହଯୋଗୀ ଘରର ସିଲିଂ ଭିତରେ ଲୁଚାଇ ରଖିଥିବାରୁ ସେ ଗୁଡିକର ସନ୍ଧାନ ପାଇଁ ପୋଲିସ ନାକେଦମ ହୋଇଥିଲା । ଟଙ୍କା ଓ ଅସ୍ତ୍ରଶସ୍ତ୍ର ଲୁଚାଇ ରଖାଯାଇଥିବା ସନ୍ଦେହ କରି ପୋଲିସ ତାଙ୍କ ଘରର ୧୨ଟି ସ୍ଥାନକୁ ଖୋଜିବା ସହ ଘରର ପ୍ରତିଟି ଇଞ୍ଚକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲା । ଏହି ସର୍ଚ୍ଚ ଅପରେସନରେ କମିଶନରେଟ ପୋଲିସର ୧୦ ଜଣ ଅଫିସରଙ୍କ ସହ ଓଡ଼ିଶା ପୋଲିସ ମେଟାଲ ଡିଟେକ୍ଟର ମଧ୍ୟ କାର୍ଯ୍ୟରେ ଲାଗିଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 26, 2020, 5:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.