ETV Bharat / city

ଲକଡାଉନରେ ଜମୁଛି ନିଶା ବେପାର, ଗଞ୍ଜେଇ-ଦେଶୀ ମଦ ସହ ୨ ଗିରଫ - cuttack crime

କଟକ ଚୌଦ୍ବାର ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ କରି ମଦ ଓ ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ 2 ବେପାରୀଙ୍କୁ ବି ଗିରଫ କରାଯାଇଛି।

Illegal cannabis and indigenous cooked liquor seized, 2 arrested in cuttack
ବେଆଇନ ଗଞ୍ଜେଇ ଓ ଦେଶୀ ରନ୍ଧା ମଦ ଜବତ,୨ ଗିରଫ
author img

By

Published : Apr 21, 2020, 11:21 AM IST

କଟକ: ଲକଡାଉନ ସମୟରେ ବିକ୍ରି ହେଉଛି ମାଦକ ଦ୍ରବ୍ୟ। ଜିଲ୍ଲା ଅବକାରୀ ବିଭାଗ ଚୌଦ୍ବାର ଅଞ୍ଚଳର ଚଢଉ କରି ଗଞ୍ଜେଇ ଓ ମଦ ଜବତ କରିଛି। ଏଥିରେ ସମ୍ପୃକ୍ତ ଏକ ସ୍କୁଟିକୁ ବି ଜବତ କରିଛି ଅବକାରୀ ବିଭାଗ।

ଏକ ସ୍କୁଟି ଯୋଗେ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇ ଚୌଦ୍ବାର ଅଞ୍ଚଳରେ ଅବକାରୀ ବିଭାଗ ଚଢଉ କରିଥିଲା। ଘଟଣା ସ୍ଥଳରୁ ପ୍ରାୟ ୮ କେଜି ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ହାରାହାରି ମୂଲ୍ୟ ୪୦ ହଜାରରୁ ଅଧିକ ହେବ ବୋଲି ଜଣାପଡିଛି।

ବେଆଇନ ଗଞ୍ଜେଇ ଓ ଦେଶୀ ରନ୍ଧା ମଦ ଜବତ,୨ ଗିରଫ

ସେହିପରି ଚୌଦ୍ବାରରେ ହିଁ ଦେଶୀ ମଦ ଚାଲାଣ କରୁଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବ୍ୟବହୃତ ବାଇକକୁ ଜବତ କରିଛି ଅବକାରୀ ବିଭାଗ। ଜବତ ହୋଇଥିବା ଦେଶୀ ମଦର ହାରାହାରି ମୂଲ୍ୟ ୧୦ ହଜାରରୁ ଅଧିକ ଟଙ୍କା ହେବ ବୋଲି ଅବକାରୀ ନିରୀକ୍ଷକ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.