ETV Bharat / city

ସରିଲା ରିମାଣ୍ଡ ଅବଧି, ଜେଲଗଲେ ଆଇଏଫଏସ ଅଭୟ-ପୁଅ ଆକାଶ

author img

By

Published : Dec 5, 2020, 5:12 PM IST

ବହୁ ଚର୍ଚ୍ଚିତ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଗିରଫ ମାମଲା । ରିମାଣ୍ଡ ଅବଧି ସରିବା ପରେ ଜେଲ ଗଲେ ଉଭୟ । ଅଧିକ ପଢନ୍ତୁ....

ସରିଲା ରିମାଣ୍ଡ ଅବଧି, ଜେଲଗଲେ ଆଇଏଫଏସ ଅଭୟ ଓ ତାଙ୍କ ପୁଅ

କଟକ: ରିମାଣ୍ଡ ଅବଧି ଶେଷ ହେବାପରେ ଜେଲ ଗଲେ ଆଇଏଫଏସ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ । ଉଭୟଙ୍କୁ ତିନିଦିନ ମାରାଥନ ଜେରା କରିବା ପରେ ସେମାନଙ୍କ ଠାରୁ ଅନେକ ତଥ୍ୟ ସଂଗ୍ରହ କରିଛି ଭିଜିଲାନ୍ସ । ଏହି ତଥ୍ୟକୁ ଅଧିକ ଯାଞ୍ଚ କରିବାକୁ ଥିବାରୁ ଉଭୟ ଅଭୟ ପାଠକ ଓ ଆକାଶଙ୍କୁ ପୁଣି ଦ୍ଵିତୀୟ ଥର ରିମାଣ୍ଡ ଲାଗି ସୁଯୋଗ ଦେଇନି ଭିଜିଲାନ୍ସ ।

ଅନ୍ୟପଟେ ନିଜକୁ ଦୋଷମୁକ୍ତ ଏବଂ ଯାହାକିଛି ଅଭିଯୋଗ ଆସିଛି ତାହା ଭିତ୍ତିହୀନ ବୋଲି କହିଛନ୍ତି ଆଇଏଫଏସ ଅଭୟ ଏବଂ ତାଙ୍କ ପୁଅ ଆକାଶ । ଟାଟାରେ ସେ ଚାକିରୀ କରୁଥିବା ସତ, ବର୍ତ୍ତମାନା ଟାଟା ଏହା ମାନୁନି ବୋଲି କହିବା ସହ ତାଙ୍କୁ ଷଡଯନ୍ତ୍ର କରି ଫସାଇ ଦିଆ ଯାଇଥିବା ସେ କହିଛନ୍ତି । ସେହିପରି ସମସ୍ତ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ବୈଧତା ରହିଛି ବୋଲି କହିଛନ୍ତି ଅଭୟକାନ୍ତ ।

ସେପଟେ ଆକାଶ ଟାଟା ମୋଟର୍ସରେ ଚାକିରୀ କରି ନାହାନ୍ତି ବୋଲି ଯଥେଷ୍ଟ ପ୍ରମାଣ ମିଳିଥିବା କହିଛି ଭିଜିଲାନ୍ସ । ସେହିପରି ନିଜେ ଅଭୟ ଏବଂ ଆକାଶଙ୍କ ପିଏ ହିଁ ଭୁବନେଶ୍ୱରର ଏଟିଏମଗୁଡିକରୁ ଆକାଶଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଥିଲେ ବୋଲି ଭିଜିଲାନ୍ସ କହିଛି । ଆକାଶ ନିଜେ କିଛି କରୁନଥିଲେ ଏବଂ ସେ ଟାଟାରେ ଚାକିରୀ କରୁଥିବା କଥା ତାଙ୍କ ବାପା ଅଭୟ ବି ଜାଣିନଥିଲେ, ଯାହା ଜେରାରୁ ଜଣା ପଡ଼ିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.