ନିଆଳି: ଗାଁ ଗଣ୍ଡାରେ ଜମୁଛି ନିର୍ବାଚନ ପ୍ରଚାର ! କେଉଁଠି ଦୁର୍ନୀତିର ମୁଦ୍ଦା ତ କେଉଁଠି ବିକାଶର ନାରା ଦେଇ ପ୍ରାର୍ଥୀ ଭୋଟରଙ୍କ ନିକଟତର ହେଉଛନ୍ତି। ପଞ୍ଚାୟତ ନିର୍ବାଚନରେ ନିଜ ନିଜ ବିଜୟ ପାଇଁ ପ୍ରାର୍ଥୀ ପୁରା ଦମ ଲଗାଇଦେଇଛନ୍ତି ।
ଭୋଟରଙ୍କ ନିକଟତର ହେବା ପାଇଁ ପ୍ରାର୍ଥୀ ମାନେ ବିଭିନ୍ନ କୌଶଳ ଆପଣେଇଛନ୍ତି। କଟକ ଜିଲ୍ଲା ନିଆଳି ବ୍ଳକର ଅଁଳୋ ପଞ୍ଚାୟତ, ଅଲଣା ଓ ରାଣୀଓଳା ପଞ୍ଚାୟତରେ ନିର୍ବାଚନ କଡା ଟକ୍କର ହେଉଥିବା ବେଳେ ଭୋଟର କିନ୍ତୁ ନିଜ ପସନ୍ଦର ପ୍ରାର୍ଥୀ ବାଛି ସାରିଲେଣି। ଏନେଇ ତିନୋଟି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଉମେଶ ଚନ୍ଦ୍ର ମଲ୍ଲିକ।
ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ମାନେ କଣ କହୁଛନ୍ତି । ସାଧାରଣ ଭୋଟରଙ୍କ କଣ ରହିଛି ପ୍ରମୁଖ ସମସ୍ୟା । ଦେଖନ୍ତୁ ପୁରା ରିପୋର୍ଟ ।