କଟକ: ଘରଭଡାକୁ ନେଇ ତେଜିଲା ବିବାଦ । ଭଡାଟିଆ 10 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଘରେ ଭଡା ରହିବା ପରେ, ଘରକୁ ନିଜର କହି ମାଲିକକୁ ନାଲିଆଖି ଦେଖାଉଥିବା ଅଭିଯୋଗ ଆସିଛି ।
ଏପରି ଏକ ଘଟଣା ଘଟିଛି ମଧୁପାଟଣା ଥାନା ଅନ୍ତର୍ଗତ ଗୋପୀନାଥପୁର ଅଞ୍ଚଳରେ । ଉକ୍ତ ଅଞ୍ଚଳର ନୟନ ପରିଡା ନାମକ ଜଣେ ବ୍ୟକ୍ତି ଘରେ ଏକ ଭଡାଟିଆଙ୍କୁ ଦୀର୍ଘ 10 ବର୍ଷ ହେବ ଭଡା ଦେଇଥିଲେ । ହେଲେ ବର୍ତ୍ତମାନ ସମୟରେ ଘର ଛାଡିବାକୁ କହିବାରୁ ନାଲିଆଖି ଦେଖାଇବା ସହ ଘର ଛାଡୁନଥିବା ଅଭିଯୋଗ କରିଛନ୍ତି ନୟନ । ଏପରିକି ଭଡାଘରକୁ ନିଜଘର କହୁଥିବା ଅଭିଯୋଗ ମଧ୍ୟ ହୋଇଛି । ଏନେଇ ନୟନ ମଧୁପାଟଣା ଥାନାରେ ଏତଲା ଦେବାପରେ ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ