ETV Bharat / city

ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ଆଉଥରେ କର ପରୀକ୍ଷା: ହାଇକୋର୍ଟ - ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ଇତିହାସ ପରୀକ୍ଷା

ଷ୍ଟେଟ ସିଲେକ୍ସନ ବୋର୍ଡ ଦ୍ବାରା ପରିଚାଳିତ ନନ ଆଡେଡ଼ କଲେଜରେ ଇତିହାସ ଅଧ୍ୟାପକ ନିଯୁକ୍ତି ସମ୍ପର୍କିତ ଲିଖିତ ପରୀକ୍ଷା ଆଉ ଥରେ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ପରୀକ୍ଷାର୍ଥୀମାନେ ୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ଇତିହାସ ପରୀକ୍ଷା ଦେଇଥିଲେ, କେବଳ ସେହିମାନେ ଏହି ପରୀକ୍ଷା ଦେଇପାରିବେ ।

History exam for college lecture again
ପୁଣିଥରେ ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ଇତିହାସ ପରୀକ୍ଷା, ହାଇକୋର୍ଟଙ୍କ ନିର୍ଦ୍ଦେଶ
author img

By

Published : Dec 19, 2019, 11:56 AM IST

କଟକ: ରାଜ୍ୟ ଷ୍ଟେଟ ସିଲେକ୍ସନ ବୋର୍ଡ ଦ୍ବାରା ପରିଚାଳିତ ନନ ଆଡେଡ଼ କଲେଜରେ ଇତିହାସ ଅଧ୍ୟାପକ ନିଯୁକ୍ତି ସମ୍ପର୍କିତ ଲିଖିତ ପରୀକ୍ଷା ଆଉ ଥରେ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଜିତେନ୍ଦ୍ର ପଲାଇ, ସଂଗ୍ରାମ କେଶରୀ ସାହୁ ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ଡଃ ବି.ଆର ଷଡଙ୍ଗୀ, ରାଜ୍ୟ ଷ୍ଟେଟ ସିଲେକ୍ସନ ବୋର୍ଡକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ପୁଣିଥରେ ଇତିହାସ ଅଧ୍ୟାପକ ନିଯୁକ୍ତି ପାଇଁ ଇତିହାସ ପରୀକ୍ଷା, ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏଥିସହିତ ଅଦାଲତ ଏହି ମର୍ମରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ୦୦୩/୨୦୧୮ କୁ ମଧ୍ୟ ଖାରଜ କରିଛନ୍ତି । ହାଇକୋର୍ଟଙ୍କ ଆଦେଶ ପାଇବାର ୬ ସପ୍ତାହ ମଧ୍ୟରେ ଏହି ପରୀକ୍ଷା କରାଇବାକୁ ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଯେଉଁ ପରୀକ୍ଷାର୍ଥୀମାନେ ୨୦୧୯ ମସିହା ମାର୍ଚ୍ଚ ୧୦ ତାରିଖରେ ଇତିହାସ ପରୀକ୍ଷା ଦେଇଥିଲେ, କେବଳ ସେହିମାନେ ଏହି ପରୀକ୍ଷା ଦେଇପାରିବେ । ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଆଉ ନୂତନ ଆଡ଼ମିଟକାର୍ଡ ନଦେଇ ପୂର୍ବ ଆଡ଼ମିଟ କାର୍ଡରେ ପରୀକ୍ଷା ଦେବାର ବ୍ୟବସ୍ଥା କରିବାକୁ କୋର୍ଟ କହିଛନ୍ତି। ପରୀକ୍ଷା ଶେଷ ପରେ ଯଥା ସମ୍ଭବ ପରୀକ୍ଷାଫଳ ପ୍ରକାଶ କରିବାକୁ ହାଇକୋର୍ଟ ଏସଏସବିକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ଆଡେଡ଼ କଲେଜରେ ବିଭିନ୍ନ ବିଭାଗରେ ଅଧ୍ୟାପକ ପଦ ପୁରଣୀ ନିମନ୍ତେ ୦୦୩/୨୦୧୮ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତି ଅନୁଯାୟୀ ଇତିହାସ ବିଭାଗରେ ବାହାରିଥିବା ୮୧ଟି ପଦବୀ ନିମନ୍ତେ ଆବେଦନକାରୀ ମାନେ ଆବେଦନ କରିଥିଲେ। ତେବେ ୨୦୧୯ ମାର୍ଚ୍ଚ ୧୦ ତାରିଖରେ ଇତିହାସ ବିଭାଗରେ ଅନୁଷ୍ଠିତ ପ୍ରଶ୍ନରେ ଅନେକ ତ୍ରୁଟି, ବନାନ, ଅଶୁଦ୍ଧି, ସିଲାବସ ବାହାରୁ ପ୍ରଶ୍ନ ଓ ମୁଦ୍ରଣ ଜନିତ ଆଦି ଏକାଧିକ ତ୍ରୁଟି ରହିବା ସହ ଉତ୍ତରରେ ଅନେକ ଦ୍ଵନ୍ଦ ଦେଖାଯାଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

blank

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.