କଟକ: ସିଲଭର ସିଟିରେ ଅସୁରକ୍ଷିତ ପଶୁ । ମୁକୁଳା ନାଳରେ ପଡି ଯାଉଛି ପ୍ରାଣ । ଏପରିକି ମଣିଷ ମଧ୍ୟ ଏହି ମୁକୁଳା ନାଳରେ ପଡି ପ୍ରାଣ ହରାଇଥିବା ଦୃଷ୍ଟି ଗୋଚର ହୋଇଛି । ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଛି ହିନ୍ଦୁସେନା ।
କଲ୍ୟାଣିନଗର ଠୁ ନୂଆ ବଜାର ପର୍ଯ୍ୟନ୍ତ ଥିବା ବଡ଼ ନାଳରେ କୌଣସି ପାଚେରୀ ନଥିବାରୁ ଅନେକ ପଶୁଙ୍କ ପ୍ରାଣ ଯାଉଛି । କିଛି ଦିନ ତଳେ ଜଣେ ବ୍ୟକ୍ତି କାରରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଉକ୍ତ ନାଳରେ ପଡି ପ୍ରାଣ ମଧ୍ୟ ହରାଇଛନ୍ତି। ତେବେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏହି ନାଳକୁ ମରାମତି କରାଯାଉ ନଚେତ ଆଗାମୀ ଦିନରେ ଆହୁରି କେତେ ଯେ ନିରୀହ ପଶୁ ଓ ମଣିଷଙ୍କ ପ୍ରାଣ ଯିବ ତାହା ମଧ୍ୟ ଆକଳନ କରିବା କଷ୍ଟକର । ତେଣୁ ସମୟ ଥାଉ ଥାଉ ଏହି ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛି ହିନ୍ଦୁସେନା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ