ନିଆଳି: ହିନ୍ଦୀ କଥା ଚିତ୍ର ଫିଲ୍ମ କ୍ୟାରିୟରର ଶୁଭ ମହୁରତ ହୋଇଛି । ଏହି ଫିଲ୍ମରେ ଅଭିନୟ କରିବେ ଶୁଶୁ ଅନନ୍ତ ଗାଥା ଚଳଚ୍ଚିତ୍ରର ଅନ୍ତର୍ଜାତିକ ପୁରସ୍କାର ପାଇଥିବା ନିର୍ଦ୍ଦେଶକ ସେକ ଗୁଲଜାର ହୁସେନ । କ୍ୟାରିୟର ପାଇଁ କିପରି ଜଣେ ସମ୍ପର୍କକୁ ପଛ କରିଛି ତାହା କାହାଣୀରେ ରହିଛି ।
ସମସ୍ତେ ନିଜେ ନିଜ କ୍ୟାରିୟରକୁ ନେଇ ବ୍ୟସ୍ତ । କ୍ୟାରିୟର ଆଗରେ ସମ୍ପର୍କ ତୁଚ୍ଛ । ପରିବାରକୁ ଛାଡି ଜଣେ କ୍ୟାରିୟର ପାଇଁ ବିଦେଶ ଗସ୍ତ କରୁଛି । ଏହି ବିଷୟବସ୍ତୁକୁ ନେଇ କାହାଣୀ ଅଗ୍ରଗତି କରୁଛି। ହିନ୍ଦୀ କଥା ଚିତ୍ର କ୍ୟାରିୟର ଶୁଭ ମହୁରତ ହୋଇଯାଇଛି। ଏଥିରେ ଅଭିନୟ କରୁଛନ୍ତି ଶୁଶୁ ଅନନ୍ତ ଗାଥା ଚଳଚ୍ଚିତ୍ରର ଆନ୍ତର୍ଜାତିକ ସ୍ତରରେ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ, ପ୍ରଯୋଜକ ସେକ ଗୁଲଜାର ହୁସେନ।
ଗୁଲଜାରଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସାହେବ ନଗର। ନିର୍ଦ୍ଦେଶକ ରାହୁଲ ଶାହା, ପ୍ରଯୋଜକ ଲିଙ୍ଗରାଜ ମହାରଣାଙ୍କ ଏହା ଏକ ହିନ୍ଦୀ କ୍ଷୁଦ୍ର ଚଳଚ୍ଚିତ୍ର । ଏଥିରେ ଓଡ଼ିଶା, କଲିକତା ଓ ରାଜସ୍ଥାନର କଳାକାରମାନେ ଅଭିନୟ କରିଛନ୍ତି। ବଡ଼ ଖୁସିର କଥା ଏହାର ପ୍ରଯୋଜକ ଭାର ସମ୍ଭାଳିଛନ୍ତି ଓଡ଼ିଆ ପୁଅ ଲିଙ୍ଗରାଜ ମହାରଣା । କଲିକତାରୁ ସୁମନ୍ତ ଘୋଷ , ପ୍ରିଥା ଗାଙ୍ଗୁଲି , ମିଷ୍ଟି, ମିତା ଚାଟାର୍ଜୀ ଏନ୍ ପାଣ୍ଡେ , ରୋହିତ ଗୁପ୍ତା ଓ ରାଜସ୍ଥାନରୁ ପ୍ରିୟଙ୍କା ଆରୋଡା ,ନବଦିପ୍ ଆରୋଡା , ଅନ୍ୟ ଓଡ଼ିଆ କଳାକାର ଅଜୟ ମିଶ୍ର ପ୍ରମୁଖ ଅଭିନୟ କରୁଛନ୍ତି।
ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ