କଟକ: ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ଲୁଟପାଟ । ସଦର ଥାନା ପୋଲିସ ଏକ ସାତ ଜଣିଆ ହାଇଓ୍ବେ ଲୁଟେରା ଗ୍ୟାଙ୍ଗକୁ କାଵୁ କରିଛି। ଗତ କିଛି ଦିନ ହେଵ ଏହି ଗ୍ୟାଙ୍ଗ ୧୬ନମ୍ବର ଜାତୀୟ ରାଜପଥରେ ସୁନା ଚେନ୍ ଓ ମଙ୍ଗଳସୁତ୍ର ଛିନତାଇ କରୁଥିଲେ। କଟକ-ଭୁଵନେଶ୍ବର ରାସ୍ତା, ଵାରଙ୍ଗ-ନନ୍ଦନକାନନ ରାସ୍ତା ଓ ଜଗତପୁର ନିକଟରେ ଏହି ଗ୍ୟାଙ୍ଗ ସକ୍ରିୟ ଥିଲା।
ଗିରଫ ଅଭିଯୁକ୍ତଙ୍କଠାରୁ ନଅଟି ସୁନା ଚେନ୍,ଦୁଇଟି ମଙ୍ଗଳସୁତ୍ର ,୧୧ହଜାର ଟଙ୍କା ଓ ଦୁଇଟି ଵାଇକ୍ ଜଵତ ହୋଇଛି । ଏନେଇ ଏସିପି ସୂଚନା ଦେଇଛନ୍ତି। ଜଵତ ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୪ଲକ୍ଷ ୧୦ହଜାର ଟଙ୍କା ହେଵ। ଗିରଫ ଯୁଵକ ମାନଙ୍କ ମଧ୍ୟରୁ ଅଧିକାଂଶ ଵାରଙ୍ଗ ଅଞ୍ଚଳର ଵୋଲି ଜଣାପଡିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ