ETV Bharat / city

କୋରୋନା ରେକର୍ଡ ଭାଙ୍ଗିଲା କଟକ, ଦିନକରେ ସର୍ବାଧିକ ୧୦୯୨ - କୋରୋନା ରେକର୍ଡ ଭାଙ୍ଗିଲା କଟକ

ସବୁ ଜିଲ୍ଲାକୁ ପଛରେ ପକାଇ କୋରୋନା ସଂଖ୍ୟାରେ ଏକ ନମ୍ବର ସ୍ଥାନ ହାସଲ କରିଛି କଟକ ଜିଲ୍ଲା। ଆଜି କଟକ ଜିଲ୍ଲାରେ ୧୦୯୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

_highest number of corona 1092 in cuttack
କୋରୋନା ରେକର୍ଡ ଭାଙ୍ଗିଲା କଟକ,ଦିନରେ ସର୍ବାଧିକ ୧୦୯୨
author img

By

Published : May 28, 2021, 10:02 PM IST

କଟକ: ସବୁ ଜିଲ୍ଲାକୁ ପଛରେ ପକାଇ କୋରୋନା ସଂଖ୍ୟାରେ ଏକ ନମ୍ବର ସ୍ଥାନ ହାସଲ କରିଛି କଟକ ଜିଲ୍ଲା। ଆଜି କଟକ ଜିଲ୍ଲାରେ ୧୦୯୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କୋରୋନା ରେକର୍ଡ ଭାଙ୍ଗିଲା କଟକ,ଦିନରେ ସର୍ବାଧିକ ୧୦୯୨

କଟକ ଜିଲ୍ଲାରେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି ତଥାପି ଏହି ନମ୍ବର ମୁଣ୍ଡ ବିନ୍ଧାର କାରଣ ନୁହେଁ। କାରଣ ପୂର୍ବରୁ ମଧ୍ୟ ଏହି ନମ୍ବର ଠାରୁ ଅଧିକ ସଂକ୍ରମଣ ଚିହ୍ନଟ କରାଯାଇଥିଲା। ସହରାଞ୍ଚଳରେ ଦୈନିକ ୪୦୦ ରୁ ୫୦୦ ସଂକ୍ରମଣ ଚିହ୍ନଟ ହେଉଥିବା ସିଏମସି କମିଶନର କହିଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧୨ ପ୍ରତିଶତ ରୋଗୀ ମେଡିକାଲରେ ଆଡ଼ମିଟ ହେଉଛନ୍ତି। ଅନ୍ୟମାନେ ହୋମ ଆଇସୋଲେସନରେ ରହୁଛନ୍ତି। ସହରରେ ଯେଉଁ ମୃତ୍ୟୁ ସଂଖ୍ୟା ବଢୁଛି ତାହା କେବଳ ଆଇସିୟୁରେ ଥିବା ଗୁରୁତର ରୋଗୀ ମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଅଧିକ ଦିନ ଆଇସିୟୁରେ ରହି ଆଖି ବୁଜୁଛନ୍ତି କୋରୋନା ରୋଗୀ। ତେବେ କୋରୋନା ସଂକ୍ରମଣ ରୋକିବା ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଉଥିବା କମିଶନର କହିଛନ୍ତି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.