ETV Bharat / city

ବଗଲା ଧର୍ମଶାଳା ଜମି ବିବାଦ ମାମଲା: ସମ୍ବିତ ପାତ୍ରଙ୍କ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି - bagala land dispute

ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ଆବେଦନ ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ । ମାମଲାର ପ୍ରତିପକ୍ଷ ଜବାବ ଦାଖଲ କରିଥିବାବେଳେ ରିଜେଣ୍ଡର ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ବିଜେପି ନେତା ସମ୍ବିତ ପାତ୍ରଙ୍କ ଆବେଦନ ଉପରେ ହାଇକୋର୍ଟଙ୍କ ଶୁଣାଣି

author img

By

Published : Jan 11, 2021, 2:05 PM IST

କଟକ: ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ଆବେଦନ ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମୁରଲୀଧରଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଛି । ମାମଲାର ପ୍ରତିପକ୍ଷ ଜବାବ ଦାଖଲ କରିଥିବାବେଳେ ରିଜେଣ୍ଡର ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବାବେଳେ ତା ପୂର୍ବରୁ ରିଜେଣ୍ଡର ଦାଖଲ ପାଇଁ ନିର୍ଦ୍ଦେଶ ରହିଛି ।

ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ମାମଲାର ପରିଚାଳନା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ କରୁଛନ୍ତି । ଏହି ମାମଲାରେ ରାଜସ୍ବ ପର୍ଶଦ ସଦସ୍ୟ, ପୁରୀ କୋଣାର୍କ ଉନ୍ନୟନ ଅଧିକାରୀ, ଓଡିଶା ବ୍ରିଡ କନ୍ନସ୍ତ୍ରକସନ କର୍ପୋରେସନ, ପୁରୀ ମ୍ୟୁନିସିପାଲଟି, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ତହସିଲଦାର, ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ପକ୍ଷରୁ ପୃଥକ ପୃଥକ ମାମଲା ହୋଇଥିବାବେଳେ ଉଭୟ ମାମଲାର ଏକତ୍ର ଶୁଣାଣି ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.