କଟକ:ଓଡିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ ରାୟ। ବିବାହ ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ଯଦି ଅଭିଯୋଗ କାରିଣୀଙ୍କ କ୍ଷେତ୍ରରେ ଏପରି ଘଟିଥାଏ, ତେବେ ଏହାକୁ ଦୁଷ୍କର୍ମ ବୋଲି ଅଭିଯୋଗ କରିପାରିବେ ନାହିଁ ବୋଲି କହିଛନ୍ତି ହାଇକୋର୍ଟ ।
ସେହିପରି ଏହିଭଳି ଅଭିଯୋଗ ନେଇ ଯଦି କେହି ଥାନାରେ ମାମଲା ଦାୟର କରେ ତେବେ ପୋଲିସ ଏହି ଘଟଣାରେ 376 ଦଫା ଲଗାଇପାରିବ ନାହିଁ ବୋଲି ଏକ ରାୟରେ କୋର୍ଟ ସ୍ପଷ୍ଟ କରିଛନ୍ତି । କୋରାପୁଟ ପଟାଙ୍ଗି ଥାନା ଅଞ୍ଚଳର ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ