ETV Bharat / city

ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗ: ସ୍ଥିତି ପରଖିବେ ତିନି ଜଣିଆ କମିଟି - ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗ

ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗ। ସ୍ଥିତି ପରଖିବ ହାଇକୋର୍ଟଙ୍କ ନିଯୁକ୍ତ ତିନି ଜଣିଆ କମିଟି। କମିଟିରେ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ବାଙ୍ଗାଲୋରର ଇକୋଲୋଜିଷ୍ଟ କାର୍ତ୍ତିକ ଶଙ୍କର ଓ ଆମିକସ କ୍ୟୁରୀ ମୋହିତ ଅଗ୍ରୱାଲ ସାମିଲ ରହିବେ। ଅଧିକ ପଢନ୍ତୁ...

ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗ
ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗ
author img

By

Published : Feb 26, 2021, 3:55 PM IST

କଟକ: ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗ। ସ୍ଥିତି ପରଖିବେ ହାଇକୋର୍ଟଙ୍କ ନିଯୁକ୍ତ ତିନି ଜଣିଆ କମିଟି। କମିଟିରେ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ବାଙ୍ଗାଲୋରର ଇକୋଲୋଜିଷ୍ଟ କାର୍ତ୍ତିକ ଶଙ୍କର ଓ ଆମିକସ କ୍ୟୁରୀ ମୋହିତ ଅଗ୍ରୱାଲ ସାମିଲ ରହିବେ।

ସେମାନେ ଗହୀରମଥା ଓ ଋଷିକୂଲ୍ୟାର ସ୍ଥିତି ପରଖିବେ। ମାର୍ଚ୍ଚ ୧୦ ସୁଦ୍ଧା ସେମାନେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ । ତେବେ ମାର୍ଚ୍ଚ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ହାଇକୋର୍ଟ ନିଜ ଆଡୁ ଏହି ମାମଲା ରୁଜୁ କରିଛନ୍ତି ।

ଅଲିଭ ରିଡ଼ଲେ କଇଁଛଙ୍କ ପାଇଁ ବିପଦ ସୃଷ୍ଟି କରୁଛି ମାଛଧରା। ମାଛଧରା ବୋଟରେ ଟର୍ଟଲ ଏକ୍ସକ୍ଲୁଡେଡ ଡିଭାଇସ ଲଗାଯିବା କଥା। ୧୯୯୮ରେ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହା କାର୍ଯ୍ୟକାରୀ ହେଉଛି କି ନାହିଁ ସତ୍ୟପାଠ ଦେବେ ସରକାର।

ନୋ ଫିସିଙ୍ଗ ଜୋନରେ ପସୁଛନ୍ତି ମାଛ ଧରାଳି। ଗହୀରମଥା ଓ ଋଷିକୂଲ୍ୟାରେ ଥର୍ମାଲ ଇମେଜିଙ୍ଗ କ୍ୟାମେରା ବ୍ୟବହାର କାହିଁକି ହେଉନାହିଁ ପ୍ରଶ୍ନ କରିଛନ୍ତି ହାଇକୋର୍ଟ। ଜରୁରୀ ଭିତ୍ତିରେ ଏହାକୁ କାର୍ଯ୍ୟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.