ETV Bharat / city

Manash Swain Murder Mystery: ୧୭ ଜଣଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ! - ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ

ବହୁଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟାକାଣ୍ଡର ସେହି ଚର୍ଚ୍ଚିତ ମେମୋରୀ ଚିପ ଏବେ ଏକ ପ୍ରହେଳିକା ପାଲଟିଛି । ଚିପଟିକୁ ହତ୍ୟାକାଣ୍ଡର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଭାବେ ବିବେଚନା କରାଯାଉଥିବା ବେଳେ ତାହା ନଷ୍ଟ ହୋଇଯାଇଥିବା ନେଇ ପରୋକ୍ଷ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Cameraman manash Murder tragedy
Cameraman manash Murder tragedy
author img

By

Published : Apr 5, 2022, 8:29 PM IST

କଟକ: ବହୁଚର୍ଚ୍ଚିତ ମାନସ ସ୍ବାଇଁ ହତ୍ୟାକାଣ୍ଡର ସେହି ଚର୍ଚ୍ଚିତ ମେମୋରୀ ଚିପ ଏବେ ଏକ ପ୍ରହେଳିକା ପାଲଟିଛି । ଚିପଟିକୁ ହତ୍ୟାକାଣ୍ଡର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଭାବେ ବିବେଚନା କରାଯାଉଥିବା ବେଳେ ତାହା ନଷ୍ଟ ହୋଇଯାଇଥିବା ନେଇ ପରୋକ୍ଷ ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ଫଳସ୍ବରୂପ ମାନସ ହତ୍ୟାକାଣ୍ଡର କାରଣ ରହସ୍ୟ ହୋଇ ରହିଯିବ ।

Cameraman manash Murder tragedy

ତେବେ ଚିପ ନ ମିଳିଲେ ଗିରଫ ଅଭିଯୁକ୍ତମାନେ ଖସିଯିବାର ବାଟ ଖୋଲିବାର ସମ୍ଭବାନା କଥା ମଧ୍ୟ ସାଧାରଣରେ ଆଲୋଚନା ହେଉଛି । ଏଥିସହ ଚିପ ନ ମିଳିଲେ ମଧ୍ୟ ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଭିଯୁକ୍ତମାନଙ୍କୁ କୋର୍ଟର ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଦେବସ୍ନାନ ଦାସ । ଏପଟେ ମାନସଙ୍କୁ ମାଡ ମରାଯାଇଥିବା ୩ଟି ଠେଙ୍ଗା ଓ ଗୋଟିଏ କାଠ ଫାଳିଆକୁ ଜବତ କରିଛି କ୍ରାଇମବ୍ରାଞ୍ଚ ।

ଅନ୍ୟପଟେ ଦୟାଲ ଆଶ୍ରମରୁ ହତ୍ୟା ପାଇଁ ବ୍ୟବହାର ହୋଇଥିବା ୪ଟି ଜିନିଷକୁ ଏସସିବିର ଏଫଏମଟି ବିଭାଗରେ ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚ ଦାଖଲ କରିଛି ।ଏସସିବି ଏଫଏମଟି ବିଭାଗର ପ୍ରଫେସର ଏହି ଜିନିଷକୁ ଦେଖିବା ପରେ ମାଡ଼ ଯୋଗୁଁ ମାନସ ଶରୀରରେ ସୃଷ୍ଟି ହୋଇଥିବା କ୍ଷତ ଏହି ୪ଟି ଜିନିଷ ଦ୍ବାରା ହୋଇଥାଇ ପାରେ ବୋଲି କ୍ରାଇମବ୍ରାଞ୍ଚକୁ କହିଥିବା ଜଣାପଡିଛି । ଏହାରି ଭିତରେ କ୍ରାଇମବ୍ରାଞ୍ଚର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଥିବା ଶର୍ମିଷ୍ଠା ଓ ଝୁନାଙ୍କୁ ଆଜି ମଧ୍ୟ ମାରାଥନ ଜେରା କରାଯାଇଛି । ମିଳିଥିବା ସୂଚନା ମୁତାବକ ଏହି ମାମଲାରେ କ୍ରାଇମବ୍ରାଞ୍ଚ ମୋଟ ୧୭ଜଣ ବ୍ୟକ୍ତିଙ୍କୁ ବୟାନ ମଧ୍ୟ ରେକର୍ଡ କରି ସାରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.