ETV Bharat / city

ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ; କ୍ଷୋଭ ପ୍ରକାଶ କଲେ ହାଇକୋର୍ଟ, 30ରେ ପରବର୍ତ୍ତୀ ଶୁଣାଣି - ତୁଟୁନି ମୂର୍ତ୍ତି ନିର୍ମାଣ ବିବାଦ

ମୂର୍ତ୍ତି ନିର୍ମାଣକୁ ନେଇ ପୋଲିସ କମିଶନର ଜାରି କରିଥିବା ନିର୍ଦେଶନାମାକୁ ନେଇ ପୂଜା କମିଟି ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ନିର୍ଦେଶନାମାକୁ ଚ୍ୟାଲେଞ୍ଜ କରି ବାଲୁବଜାର ପୂଜା କମିଟି ପୁନର୍ବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ଏହି ମାମଲାରେ କ୍ଷୋଭ ପ୍ରକାଶ କରିବା ସହ ଜାରି କରିଥିବା ନିର୍ଦ୍ଦେଶନାମାକୁ ସତ୍ୟପାଠ ଜରିଆରେ କୋର୍ଟରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ; କ୍ଷୋବ ପ୍ରକାଶ କଲେ ହାଇକୋର୍ଟ, 30ରେ ପରବର୍ତ୍ତୀ ଶୁଣାଣୀ

author img

By

Published : Sep 28, 2020, 2:52 PM IST

କଟକ: ପୋଲିସ କମିଶନରଙ୍କ ପାଇଁ ବଢ଼ିଲା ଅଡ଼ୁଆ । ମୂର୍ତ୍ତି ନିର୍ମାଣ ପ୍ରସଙ୍ଗରେ ପୋଲିସ କମିଶନର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ହାଇକୋର୍ଟ ଆଜି କ୍ଷୋଭ ପ୍ରକାଶ କରିଛନ୍ତି। ଜାରି କରିଥିବା ନିର୍ଦ୍ଦେଶନାମାକୁ ସତ୍ୟପାଠ ଜରିଆରେ କୋର୍ଟରେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ; କ୍ଷୋଭ ପ୍ରକାଶ କଲେ ହାଇକୋର୍ଟ, 30ରେ ପରବର୍ତ୍ତୀ ଶୁଣାଣୀ

ସୂଚନାଯୋଗ୍ୟ ମୂର୍ତ୍ତି ନିର୍ମାଣ ପାଇଁ ରାଜ୍ୟ ସରକାର ଜାରି କରିଥିବା ନିର୍ଦେଶନାମାକୁ ଚ୍ୟାଲେଞ୍ଜ କରି ପୂଜା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାର ଶୁଣାଣି କରି ହାଇକୋର୍ଟ, ଯେଉଁମାନେ ମୂର୍ତ୍ତି ନିର୍ମାଣ କରି ସାରିଛନ୍ତି ସେମାନେ କଟକ ଡିସିପିଙ୍କ ନିକଟରେ ତଥ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ । ଏନେଇ କିଛି ପୂଜା କମିଟିମାନେ ମଧ୍ୟ ତଥ୍ୟ ପ୍ରଦାନ କରିଥିଲେ ।

କିନ୍ତୁ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗରେ ପୋଲିସ କମିଶନର ପୁନର୍ବାର ଏକ ନିର୍ଦ୍ଦେଶନାମା ଜାରି କରିଥଲେ । ଯେଉଁଥିରେ ସ୍ପଷ୍ଟ କରାଯାଇଥିଲା କି ବେଲବରଣୀ ପୂର୍ବରୁ ମୂର୍ତ୍ତି ଭଙ୍ଗା ଯାଇପାରିବ । ତେବେ ସମସ୍ତ ପୂଜା କମିଟି ମାନେ ୪ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରିବାକୁ କମିଶନର ନିର୍ଦ୍ଦେଶନାମା ଜାରି କରିଥିଲେ । ତେବେ ଏହି ନିର୍ଦ୍ଦେଶନାମାକୁ ଚ୍ୟାଲେଞ୍ଜ କରି ବାଲୁବଜାର ପୂଜା କମିଟି ପୁନର୍ବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.