ETV Bharat / city

Municipal Election: OBC ସଂରକ୍ଷଣ ମାମଲା, ଜବାବ ତଲବ କଲେ ହାଇକୋର୍ଟ

author img

By

Published : Feb 25, 2022, 8:42 AM IST

ପୌର ନିର୍ବାଚନରେ ଓବିସି ସଂରକ୍ଷଣକୁ ନେଇ ମାମଲା । ରାଜ୍ୟ ସରକାର, ନିର୍ବାଚନ କମିଶନ ଏବଂ ଓବିସି କମିଶନଙ୍କ ଠାରୁ ଜବାବ ତଲବ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

Municipal Election: OBC ସଂରକ୍ଷଣ ମାମଲା, ଜବାବ ତଲବ କଲେ ହାଇକୋର୍ଟ
Municipal Election: OBC ସଂରକ୍ଷଣ ମାମଲା, ଜବାବ ତଲବ କଲେ ହାଇକୋର୍ଟ

କଟକ: ପୌର ନିର୍ବାଚନ(Municipal Election)ରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରଖା ନଯିବା ପ୍ରସଙ୍ଗରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଓବିସି ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ରହିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି । ରାଜ୍ୟ ସରକାର, ରାଜ୍ୟ ନିର୍ବାଚନ କମିଶନ ଏବଂ ଓବିସି କମିଶନଙ୍କ ଠାରୁ ଏହି ଜବାବ ତଲବ କରିଛନ୍ତି କୋର୍ଟ । ଗତ ଡିସେମ୍ବର ୩୦ ତାରିଖରେ ଓବିସି ବର୍ଗଙ୍କ ପାଇଁ ନିର୍ବାଚନରେ କୌଣସି ସ୍ଥାନ ସଂରକ୍ଷିତ ରଖାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିଲେ ।

ପଛୁଆ ବର୍ଗ କୋଟାକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ରାଜ୍ୟ ସରକାର ଏନେଇ ଅଧ୍ୟାଦେଶ ଜାରି କରିଥିଲେ । ତେବେ ଓବିସି ବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାର ଓବିସି କମିଶନ ଗଠନ କରିଛନ୍ତି । କମିଶନ ପ୍ରାରମ୍ଭିକ ପର୍ଯ୍ୟାୟରେ ଓବିସି ବର୍ଗଙ୍କ ପାଇଁ ସର୍ଭେ ମଧ୍ୟ କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ରିପୁଲ ଟେଷ୍ଟ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ହୋଇପାରିନାହିଁ ।

ତେଣୁ ଏଭଳି ପରିସ୍ଥିତିରେ ଓବିସି କମିଶନଙ୍କ ମତାମତ ନେଇ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କରିବାକୁ ପୂର୍ବତନ କର୍ପୋରେଟର ସନ୍ତୋଷ ଭୋଳ ଓ କଂଗ୍ରେସ ନେତ୍ରୀ ପକ୍ଷରୁ ଏହି ମାମଲା ଦାୟର ହୋଇଥିଲା । ସରକାରଙ୍କ ଅଧ୍ୟାଦେଶକୁ ରଦ୍ଦ କରିବା ସହ ଟ୍ରିପୁଲ ଟେଷ୍ଟ ପ୍ରକ୍ରିୟା ଶେଷ କରି ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ଆବେଦନ କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.