କଟକ: ହାଇକୋର୍ଟରେ ପାଠକ ପାଣିଗ୍ରାହୀ ମାମଲା । ସମାନ ପ୍ରସଙ୍ଗରେ ଏକାଧିକ ମାମଲା ରୁଜୁକୁ ନେଇ ହୋଇଛି ତିନୋଟି ମାମଲା । ଏନେଇ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଓଡିଶା ହାଇକୋର୍ଟ ।
ସମ୍ବିଧାନର ୨୧ ଧାରାର ବିରୁଦ୍ଧାଚରଣ କରୁଥିବା ମାମଲାରେ ଆବେଦନ ହୋଇଛି । ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ ଡ଼ିଜି, ବ୍ରହ୍ମପୁର ଏସପି ଓ ଗଞ୍ଜାମ ଏସପିଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି ।
ସତ୍ୟପାଠ ଜରିଆରେ ସମାନ ଅଭିଯୋଗ ଉପରେ କେତୋଟି ମାମଲା ରୁଜୁ ହୋଇଛି ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମେ ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି । ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ