ETV Bharat / city

18 ପରିବର୍ତ୍ତେ 25ରେ ହେବ ବୁଢା ଗଣେଶ ବିସର୍ଜନ

author img

By

Published : Sep 6, 2022, 6:03 PM IST

ବୁଢା ଗଣେଶ ବିସର୍ଜନକୁ ନେଇ ହାଇକୋର୍ଟଙ୍କ ରାୟ । ଆସନ୍ତା ୧୮ ତାରିଖ ପରିବର୍ତ୍ତେ ୨୫ ତାରିଖରେ ବିସର୍ଜନ ହେବ । ଅଧିକ ପଢ଼ନ୍ତୁ

High Court hearing on Budha Ganesh idol dissolution
18 ପରିବର୍ତ୍ତେ 25ରେ ହେବ ବୁଢା ଗଣେଶ ବିସର୍ଜନ

କଟକ: ବୁଢା ଗଣେଶ ବିସର୍ଜନକୁ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି (High Court hearing on Budha Ganesh idol dissolution )। ଆସନ୍ତା ୧୮ ତାରିଖରେ ହେବାକୁ ଥିବା ବିସର୍ଜନ ତାରିଖ ପରିବର୍ତ୍ତେ ୨୫ ତାରିଖରେ ବିସର୍ଜନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟ କହିଛନ୍ତି।

ଗତ ସେପ୍ଟେମ୍ବର ୧୬, ୨୦୧୫ ତାରିଖରେ ଗଣେଶ ବିସର୍ଜନ ପାଇଁ କୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଯେଉଁଥିରେ ପୂଜା ପରବର୍ତ୍ତୀ କ୍ରମାଗତ ୩ ଟି ରବିବାରରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଅନୁମତି ମିଳିଥିଲା । ଶେଷ ରବିବାରରେ ବୁଢା ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ନିର୍ଦ୍ଦେଶ ରହିଥିଲା । ପ୍ରତ୍ୟକ ବର୍ଷ ପ୍ରତି ରବିବାରରେ ଗଣେଶ ବିସର୍ଜନ କରାଯାଉଥିଲା । ଚଳିତବର୍ଷ ତୃତୀୟ ରବିବାରରେ ବୁଢା ଗଣେଶ ବିସର୍ଜନ ହେବା କଥା ।

ଏହା ମଧ୍ୟ ପଢ଼ନ୍ତୁ: ହାଇକୋର୍ଟରେ ଶିଶୁ ଭବନ ମାମଲା, ଅକ୍ଟୋବର ୧୮ରେ ପରବର୍ତ୍ତୀ ଶୁଣାଣି

ତୃତୀୟ ରବିବାର ଦ୍ଵିତୀୟା ଘାଣ୍ଟ (ଓଷା) ପଡୁଥିବାରୁ ପରମ୍ପରା ଅନୁସାରେ ମୂର୍ତ୍ତି ବିସର୍ଜନ କରିବା ଅନୁଚିତ ଦର୍ଶାଇ ବୁଢା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ଏନେଇ ଆବେଦନକାରୀଙ୍କ ଓକିଲ କହିଛନ୍ତି, "ଏହି ଆବେଦନର ଶୁଣାଣି କରି ୧୮ ତାରିଖ ପରିବର୍ତ୍ତେ ଏହାର ପରବର୍ତ୍ତୀ ରବିବାର ଅର୍ଥାତ ଆସନ୍ତା ୨୫ ତାରିଖରେ ମୂର୍ତ୍ତି ବିସର୍ଜନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.