ETV Bharat / city

ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ ସ୍ଥାପନ ମାମଲା, ନଭେମ୍ବର ୧ ସୁଦ୍ଧା ବିଚାର ପାଇଁ କୋର୍ଟଙ୍କ ନିର୍ଦ୍ଦେଶ - ଜନସ୍ବାର୍ଥ ମାମଲା

ପଶ୍ଚିମ ଓଡିଶାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ ସ୍ଥାପନ ମାମଲାର ଶୁଣାଣି କଲେ ହାଇକୋର୍ଟ । ନଭେମ୍ବର ୧ ତାରିଖ ସୁଦ୍ଧା ବିଚାର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ ସ୍ଥାପନ ମାମଲା, ଶୁଣାଣି କଲେ ହାଇକୋର୍ଟ

author img

By

Published : Aug 4, 2021, 6:27 PM IST

କଟକ: ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ ପଶ୍ଚିମ ଓଡିଶାରେ ସ୍ଥାପନ ସହ ପରିଷଦକୁ ପଶ୍ଚିମ ଓଡ଼ିଶାର ଦୁଇ ଲୋକସଭା ସାଂସଦ ଓ ୧୧ ଜଣ ବିଧାୟକଙ୍କୁ ମନୋନୀତ ନେଇ ଜନସ୍ୱାର୍ଥ ମାମଲା । ଆଜି(ବୁଧବାର) ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଆବେଦନକାରୀଙ୍କ ପିଟିସନ ସଂକ୍ରାନ୍ତରେ ନଭେମ୍ବର ୧ ତାରିଖ ସୁଦ୍ଧା ବିଚାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନଭେମ୍ବର ୮ ତାରିଖ ସୁଦ୍ଧା ଏ ସମ୍ପର୍କରେ ଆବେଦନକାରୀଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ ସ୍ଥାପନ ମାମଲା, ଶୁଣାଣି କଲେ ହାଇକୋର୍ଟ

ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ବରିଷ୍ଠ ଆଇନଜୀବୀ ହିମାଂଶୁ ଶେଖର ମିଶ୍ର । ରାଜ୍ୟରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଆକ୍ଟ ୨୦୦୦ ମସିହାରେ ଆସିଥିବା ବେଳେ ଇତିମଧ୍ୟରେ ୨୦ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି । ପଶ୍ଚିମ ଓଡିଶା ବିକାଶ ପରିଷଦରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲା ସହ ଆଠମଲ୍ଲିକ ସବ ଡିଭିଜନ ସାମିଲ ରହିଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ଆଇନ ଅନୁଯାୟୀ ଏହାର ମୁଖ୍ୟାଳୟ ଏହି ଅଞ୍ଚଳ ମଧ୍ୟରେ ହେବା କଥା । କିନ୍ତୁ ଅଦ୍ୟାବଧି ତାହା ହୋଇପାରି ନାହିଁ । ପରିଷଦ ଅଞ୍ଚଳରେ ଥିବା ଦୁଇଜଣ ଲୋକସଭା ସାଂସଦ ଓ ୧୧ ଜଣ ବିଧାୟକଙ୍କୁ ପରିଷଦକୁ ପଠାଇବା ନିୟମ ରହିଛି । କିନ୍ତୁ ତାହା ଅଦ୍ୟାବଧି କରାଯାଉ ନାହିଁ । ଉପକୂଳ ଓଡ଼ିଶା ସହ ଓଡିଶା କିଭଳି ସମକକ୍ଷ ହୋଇ ପାରିବ ସେଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଆକ୍ଟ ଆସିଥିଲା । ନିର୍ବାଚିତ ଲୋକ ପ୍ରତିନିଧି ସେଥିରେ ସଦସ୍ୟ ନଥିବା ବେଳେ ଆକ୍ଟର ଉଦ୍ଦେଶ୍ୟ କିଭଳି ଫଳପ୍ରଦ ହୋଇ ପାରିବ ବୋଲି ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ ।

ଏହି ମାମଲାରେ ରାଜ୍ୟ ସରକାରଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇ ଥିବା ବେଳେ ଓଡିଶା ହାଇକୋର୍ଟ ପଶ୍ଚିମ ଓଡ଼ିଶାରେ ଏହାର ମୁଖ୍ୟାଳୟ ସ୍ଥାପନ ଓ ଏମଏଲଏ ଏମପିଙ୍କୁ ସଦସ୍ୟ ଭାବେ ପ୍ରତିନିଧିତ୍ୱ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଥିଲା । ତେବେ ଆବେଦନକାରୀଙ୍କ ପିଟିସନ ସମ୍ପର୍କରେ ବିଚାର କରିବାକୁ ବିକାଶ ପରିଷଦର ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆଗତ ଜନସ୍ୱାର୍ଥ ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି ହାଇକୋର୍ଟ । କିନ୍ତୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ନିଷ୍ପତ୍ତିରେ ଆବେଦନକାରୀ ଅସନ୍ତୋଷ ପ୍ରକାଶ କଲେ ପୁନଶ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.