କଟକ: ହାଇକୋର୍ଟ ଦେଲେ ଆସ୍ବସ୍ଥି । ପୂର୍ବରୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମା ଜୁନ ୧୮ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ମଧ୍ୟବର୍ତ୍ତୀକାଳୀନ ଜାମିନ ଗୁଡ଼ିକ ଜୁନ ୧୮ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଛି । ଉଭୟ ସିଭିଲ ଓ କ୍ରିମିନାଲ ମାମଲାରେ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଲାଗୁ ହେବ ।
ସାରା ରାଜ୍ୟରେ ଥିବା ବିଭିନ୍ନ ପ୍ରକାର ଅଦାଲତ, ଟ୍ରିବୁନାଲ ଓ କ୍ବାସି ଜୁଡିସିଆଲ ଫୋରମର ମଧ୍ୟବର୍ତ୍ତୀ ନିର୍ଦ୍ଦେଶନାମା ଗୁ଼ଡିକ ଜୁନ ୧୮ ପର୍ଯ୍ୟନ୍ତ ବଳଵତ୍ତର ରହିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । କୌଣସି ପ୍ରକାର ରହିତାଦେଶ ଓ ମଧ୍ୟବର୍ତ୍ତୀ ନିର୍ଦ୍ଦେଶର ଅବଧି ଲକଡାଉନ ଅବଧି ମଧ୍ୟରେ ଶେଷ ହେଉଥିଲେ ମଧ୍ୟ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ଏହା ଜୁନ ୧୮ ପର୍ଯ୍ୟନ୍ତ ପରିବର୍ଦ୍ଧିତ ହେଵ ବୋଲି ହାଇକୋର୍ଟ କହିଛନ୍ତି ।
ରାଜ୍ୟ ସରକାର, ସରକାରଙ୍କର କୌଣସି ବିଭାଗ, ମୁନିସପାଲ କର୍ପୋରେସନ ଓ ଗ୍ରାମ ପଞ୍ଚାୟତ କୌଣସି ପ୍ରକାର ଜବର ଦଖଲ ଉଚ୍ଛେଦ କିମ୍ବା ଭଙ୍ଗା କାର୍ଯ୍ୟ ଜୁନ ୧୮ ପର୍ଯ୍ୟନ୍ତ କରିପାରିବେ ନାହିଁ। ଏହା ସହ କୌଣସି ବ୍ୟାଙ୍କ ଏହି ନିର୍ଦିଷ୍ଟ ତାରିଖ ପର୍ଯ୍ୟନ୍ତ କୌଣସି ସମ୍ପତ୍ତିର ନିଲାମ ମଧ୍ୟ କରିପାରିବେ ନାହିଁ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ