ETV Bharat / city

ପୌରନିର୍ବାଚନ ପାଇଁ ଫିଟିଲା ବାଟ ! - କଟକ ଖବର

ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ପ୍ରସଙ୍ଗରେ ଏକ ମାମଲାର ଶୁଣାଣୀ କରିଛନ୍ତି ହାଇକୋର୍ଟ । ଯଥା ଶୀଘ୍ର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ସରକାରକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

The High Cour
ପୌରନିର୍ବାଚନ ବିଳମ୍ବ ପ୍ରସଙ୍ଗ, ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
author img

By

Published : Apr 21, 2021, 11:40 AM IST

କଟକ: ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ହେଉଥିବା ନେଇ ଦାୟର ଏକ ମାମଲାର ଶୁଣାଣି କରି ଓଡିଶା ହାଇକୋର୍ଟ ଯଥାଶୀଘ୍ର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ହେମନ୍ତ ରଥଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ସିଆର ଦାଶ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୌରାଞ୍ଚଳ ଗୁଡିକର କାର୍ଯ୍ୟକାଳ ଦୁଇ ବର୍ଷ ହେଲାଣି ଶେଷ ହୋଇଥିଲେ ବି ଏହାର ନିର୍ବାଚନ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇନାହିଁ । ଏପରିକି ସରକାର ଏପର୍ଯ୍ୟନ୍ତ ୱାର୍ଡ ଗୁଡିକର ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ କରିପାରିନାହାନ୍ତି । ସେହିପରି ଏଥିଲାଗି ଆଵଶ୍ୟକୀୟ ଅଧିନିୟମ ସଂଶୋଧନ ହୋଇନଥିବା ନେଇ ଆବେଦନକାରୀ ଦର୍ଶାଇଛନ୍ତି। ତେବେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଅଧିନିୟମ ସଂଶୋଧନ ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସେହିପରି ପୌର ନିର୍ବାଚନ ପୂର୍ବରୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ୨୦୧୯ ମସିହା ଡିସେମ୍ବର ମାସରେ ପୌର ନିର୍ବାଚନ ରାଜ୍ୟରେ ବିଳମ୍ବ ହେଉଥିବାରୁ ଏହାକୁ ଶୀଘ୍ର କରାଇବା ପ୍ରାର୍ଥନା କରି ଏକ ମାମଲା ଦାୟର କରାଯାଇଥିଲା।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.