ETV Bharat / city

ଏଥର ଦୀପାବଳୀରେ ଫୁଟିବ ବାଣ, ହାଇକୋର୍ଟ ଦେଲେ ସିଗନାଲ - ସବୁଜ ବାଣ

ଆସିଲା ବଡ ରାୟ । ଦୀପାବଳୀରେ ବାଣ ଫୁଟାଇ ପାରିବେ ରାଜ୍ୟବାସୀ । ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

ବାଣ ଫୁଟାଇବା ପାଇଁ ହାଇକୋର୍ଟରୁ ମିଳିଲା ସବୁଜ ସଙ୍କେତ
ବାଣ ଫୁଟାଇବା ହାଇକୋର୍ଟଙ୍କ ସବୁଜ ସଙ୍କେତ
author img

By

Published : Nov 1, 2021, 2:49 PM IST

Updated : Nov 1, 2021, 4:57 PM IST

କଟକ: ବାଣ ବିକ୍ରି ଓ ଫୁଟା ଉପରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା । ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ଦେଲେ କୋର୍ଟ । ରାତ୍ର ୮ ଟାରୁ ୧୦ଟା ପର୍ଯ୍ୟନ୍ତ ସବୁଜ ବାଣ ଫୁଟାଇ ପାରିବେ ରାଜ୍ୟବାସୀ । ସେହିପରି କେବଳ ସବୁଜ ବାଣ ବିକ୍ରି ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଦିଲରସ ଆସୋସିଏସନ୍‌ର ଆବେଦନକୁ ମଞ୍ଜୁରୀ ଦେଇଛନ୍ତି ହାଇକୋର୍ଟ ।

ବାଣ ଫୁଟାଇବା ପାଇଁ ହାଇକୋର୍ଟରୁ ମିଳିଲା ସବୁଜ ସଙ୍କେତ

ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ବିକ୍ରି ହୋଇପାରିବ ଗ୍ରୀନ କ୍ରାକର । ସୁପ୍ରିମକୋର୍ଟଙ୍କ ଅର୍ଜୁନ ଗୋପାଳ ମାମଲାର ନିର୍ଦ୍ଦେଶନାମା ଅନୁଯାୟୀ ଏହି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର କୌଣସି ସ୍ଥାନରେ ନିଷିଦ୍ଧ ବାଣ ବିକ୍ରି ପାଇଁ ଅନୁମତି ନାହିଁ । ଏଭଳି ବାଣ ପ୍ରସ୍ତୁତି, ବିକ୍ରି ଓ ଫୁଟା ଉପରେ କଡା ନଜର ରଖିବାକୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ । ଏହି ପ୍ରସଙ୍ଗକୁ ଅତି ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ ଏଭଳି ବାଣ ପ୍ରସ୍ତୁତି ବିକ୍ରି ଓ ଫୁଟା ହେଲେ ଉତ୍ତରଦାୟୀ ରହିବେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ କମିଶନର ଓ ସ୍ଥାନୀୟ ଏସପି । ଅନ୍ୟର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରି କେହି ଦୀପାବଳି ମନାଇ ପାରିବେ ନାହିଁ ।

ଏଥିରେ ବ୍ୟତିକ୍ରମ ଘଟିଲେ ସୁପ୍ରିମକୋର୍ଟ ଗୁରୁତର ଭାବେ ଗ୍ରହଣ କରିବେ ବୋଲି କହିଛନ୍ତି । ସୁପ୍ରିମକୋର୍ଟଙ୍କ ଅର୍ଜୁନ ଗୋପାଳ ମାମଲାର ରାୟକୁ ଗୁରୁତ୍ବ ଦେଲେ ଓଡି଼ଶା ହାଇକୋର୍ଟ। ଏ ନେଇ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର କରି ଜନ ସଚେତନତା ପାଇଁ SRCଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅପରାହ୍ନ ୫ ଟାରେ SRC କରିବେ ସାମ୍ବାଦିକ ସମ୍ମିଳନୀ । ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ସମ୍ପର୍କରେ ରାଜ୍ୟବାସୀଙ୍କୁ କରିବେ ଅବଗତ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 1, 2021, 4:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.