ETV Bharat / city

ଅଡୁଆରେ ପାଟଣାଗଡ ଫିଲ୍ମ, ସେନସର ବୋର୍ଡ ନେବ ନିଷ୍ପତ୍ତି

ପାଟଣାଗଡ ପାର୍ସଲ ବୋମା ଘଟଣାକୁ ନେଇ ନିର୍ମିତ ଚଳଚ୍ଚିତ୍ର ରିଲିଜ୍‌ ହେବ କି ନାହିଁ ସେନେଇ ଶେଷ ନିଷ୍ପତ୍ତି ନେବ ସେନସର ବୋର୍ଡ । ଆଜି ଏହି ମାମଲାରେ ଦାଏର ଯାଚିକାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

author img

By

Published : Jun 21, 2019, 6:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ନିର୍ମିତ ଚଳଚ୍ଚିତ୍ର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେନସର ବୋର୍ଡ ଏହା ଉପରେ ନିଷ୍ପତ୍ତି ନେବ ବୋଲି ହାଇକୋର୍ଟ ଦର୍ଶାଇଛନ୍ତି ।

ଏହି ଚଳଚ୍ଚିତ୍ର ନିର୍ମାଣ ଉପରେ ଆପତ୍ତି ଉଠାଇଥିବା ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପତ୍ନୀ ସୌଦାମିନୀ ମେହେରଙ୍କୁ କୋର୍ଟ ସେନସର ବୋର୍ଡ ନିକଟରେ ଆପତ୍ତି କରିବାକୁ କହିଛନ୍ତି । ଏହା ସହ ସେନସର ବୋର୍ଡ, ସୌଦାମିନୀଙ୍କୁ ଏହି ପ୍ରସଙ୍ଗରେ ପକ୍ଷ ରଖିବାକୁ ସୁଯୋଗ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସି.ଆର ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ତେବେ ଶୁଣାଣି ସମୟରେ ଚଳଚ୍ଚିତ୍ର ପ୍ରଯୋଜକ ଓ ଓଡିଶା ଫିଲ୍ମ ଡେଭଲ୍ପମେଣ୍ଟ କର୍ପୋରେସନ ନିଜର ପକ୍ଷ ରଖିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଂଙ୍କର - ବହୁ ଚର୍ଚ୍ଚିତ ପାଟନାଗଡ଼ ପାର୍ସଲ ବୋମା ବିସ୍ପୋରଣ କୁ ନେଇ ନିର୍ମିତ ଚଳଚିତ୍ର ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣଛେଦ ପକାଇଛନ୍ତି।ଏହି ଚଳଚିତ୍ର ନିର୍ମାଣ ନେଇ ଆପତ୍ତି ଉଠାଇଥିବା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଙ୍କ ପତ୍ନୀ ସୌଦାମିନି ମେହେର ,ସେନସର ବୋର୍ଡ଼ ନିକଟରେ ଆପତ୍ତି ରଖିବେ।ଏବଂ ସେନସର ବୋର୍ଡ଼ ଶ୍ରୀମତୀ ମେହେର ଙ୍କୁ ଏହି ପ୍ରସଙ୍ଗରେ ପକ୍ଷ ରଖିବାକୁ ସୁଯୋଗ ଦେବାପାଇଁ ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି।ଜଷ୍ଟିସ ସି.ଆର ଦାସ ଙ୍କୁ ନେଇ ଗଠିତ ଖଣ୍ଡପୀଠ ,ପାଟନାଗଡ଼ ପାର୍ସଲବୋମା ବିସ୍ପୋରଣ କୁ ନେଇ ନିର୍ମାଣ କରାଯାଉଥିବା ଚଳଚିତ୍ର କୁ ବିରୋଧକରି ଶ୍ରୀମତୀ ମେହେର ଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରିଥିଲେ।ମାମଲାର ଶୁଣାଣି ସମୟରେ ଚଳଚିତ୍ର ପ୍ରଯୋଜକ ଓ ଓଡିଶା ଫିଲିମ ଡେଭ୍ଲପମେଣ୍ଟ କର୍ପୋରେସନ ନିଜର ପକ୍ଷ ରଖିଥିଲେ।ଚଳଚିତ୍ର ନିର୍ମାତା ଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଏହି ଚଳଚିତ୍ର ନିର୍ମାଣ କାର୍ୟ ଏକ ପ୍ରକାର ଶେଷ ହୋଇଛି।ଏପରି ପରିସ୍ଥିତିରେ ସେନସର ବୋର୍ଡ଼ ନିକଟରେ ଏନେଇ ଆପତ୍ତି ରଖିବାକୁ ଆବେଦନକାରୀ ଙ୍କୁ ଖଣ୍ଡପୀଠ ନିର୍ଦ୍ଧେଶ ଦେଇଥିଲେ।
ତେବେ ଆବେଦନକାରୀ ନିଜ ଆବେଦନର ଦର୍ଶାଇଥିଲେ ଯେ ଅଦାଲତରେ ମାମଲା ବିଚାରଧୀନ ଥିଲାବେଳେ ଏହି ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯିବା ଗ୍ରହଣୀୟ ନୁହେଁ।ଏହାଦ୍ବାରା ମାମଲାର ଶୁଣାଣି ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଆବେଦନକାରୀ ନିଜ ଆବେଦନର ଦର୍ଶାଇଥିଲେ।।
Body:No needConclusion:Use file visual

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.