ETV Bharat / city

ଅଭୟକାନ୍ତ ଓ ଆକାଶ ପାଠକକୁ ମିଳିଲା ଜାମିନ୍

author img

By

Published : Jan 29, 2021, 4:43 PM IST

Updated : Jan 29, 2021, 10:58 PM IST

ରିଷ୍ଠ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମିଳିଛି ଜାମିନ । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଜାମିନ ଅନୁମତିକୁ ସ୍ବୀକୃତି ଦେଲେ ହାଇକୋର୍ଟ । ଗତ ୨୭ ତାରିଖରେ ଉଭୟଙ୍କ ଜାମିନକୁ ମଞ୍ଜୁର କରିଥିଲେ ଭୁବନେଶ୍ବରର ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତ । ଅଧିକ ପଢନ୍ତୁ...

ଅଭୟକାନ୍ତ ଓ ଆକାଶ ପାଠକକୁ ମିଳିଲା ଜାମିନ୍
ଅଭୟକାନ୍ତ ଓ ଆକାଶ ପାଠକକୁ ମିଳିଲା ଜାମିନ୍

କଟକ: ବରିଷ୍ଠ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ମିଳିଛି ଜାମିନ । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଜାମିନ ଅନୁମତିକୁ ସ୍ବୀକୃତି ଦେଲେ ହାଇକୋର୍ଟ । ଗତ ୨୭ ତାରିଖରେ ଉଭୟଙ୍କ ଜାମିନକୁ ମଞ୍ଜୁର କରିଥିଲେ ଭୁବନେଶ୍ବରର ସ୍ଵତନ୍ତ୍ର ଭିଜିଲାନ୍ସ ଅଦାଲତ ।

ତେବେ ଗତ ୧୫ ତାରିଖରେ ଉଭୟଙ୍କ ଜାମିନର ଶୁଣାଣିକୁ ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ନିମ୍ନ ଅଦାଲତ ଉଭୟଙ୍କୁ ଜାମିନ ଦେଇ ସାରିଥିବାରୁ ଆଉ କୌଣସି ନିର୍ଦ୍ଦେଶନାମାର ଆବଶ୍ୟକତା ନଥିବା ଦର୍ଶାଇ ହାଇକୋର୍ଟ ମାମଲାକୁ ରଫାଦଫା କରି ଦେଇଛନ୍ତି ।

ଆବେଦନକାରୀଙ୍କ ଓକିଲ କହିଛନ୍ତି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ହୋଇଥିବା ୩ଟି ଯାକ ମାମଲା ମିଥ୍ୟା । ତେଣୁ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି ଠୋସ ପ୍ରମାଣ ପାଇପାରିନାହିଁ ଭିଜିଲାନ୍ସ । ଫଳରେ ୬୦ ଦିନ ଭିତରେ ଭିଜିଲାନ୍ସ ଅଭିଯୁକ୍ତଙ୍କ ବାବଦରେ ଚାର୍ଜସିଟ ଦାଖଲ କରିପାରିଲା ନାହିଁ ।

ତେଣୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିମ୍ନ ଅଦାଲତରେ ସିଆରପିସିର ଧାରା ୧୬୭ ଅନୁସାରେ ଜାମିନ ପାଇଁ ଆବେଦନ କରାଯାଇଥିଲା । ଆଉ ତାହାକୁ ଶୁଣାଣି କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ଆବେଦନକାରୀଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 29, 2021, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.