ETV Bharat / city

Cyclone Jawad Effect: ଭାସୁଛି ସିଲଭର ସିଟି, ହନ୍ତସନ୍ତ କଟକିଆ - କଟକ ଖବର

ରାଜ୍ୟରେ ବାତ୍ୟା ଜୱାଦ ପ୍ରଭାବରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ସିଲଭର ସିଟିର ବିଭିନ୍ନ ଗଳିକନ୍ଦିରେ ଉପୁଜିଛି ଜଳମଗ୍ନ ସ୍ଥିତି । ଅଧିକ ପଢନ୍ତୁ

Cyclone Jawad Effect :ଭାସୁଛି ସିଲଭର ସିଟି; ହନ୍ତସନ୍ତ କଟକିଆ

author img

By

Published : Dec 5, 2021, 5:48 PM IST

କଟକ: ରାଜ୍ୟରେ ବାତ୍ୟା ଜୱାଦ ପ୍ରଭାବରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ସିଲଭର ସିଟିର ବିଭିନ୍ନ ଗଳିକନ୍ଦିରେ ଉପୁଜିଛି ଜଳମଗ୍ନ ସ୍ଥିତି । ୧୪ ନମ୍ବର ୱାର୍ଡ ସହିତ ଭକ୍ତମଧୁ ବିଦ୍ୟାପୀଠ ଅଞ୍ଚଳର ଜଳମଗ୍ନ ହୋଇଯାଇଛି । ଶନିବାର ଠାରୁ ବାତ୍ୟା ପ୍ରଭାବରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ହୋଇ ରହିଛନ୍ତି ସ୍ଥାନୀୟ ବାସିନ୍ଦା।

Cyclone Jawad Effect :ଭାସୁଛି ସିଲଭର ସିଟି; ହନ୍ତସନ୍ତ କଟକିଆ

ରାସ୍ତାରେ ଲହଡି ଭାଙ୍ଗୁଛି ନାଳ ନର୍ଦ୍ଦମା ପାଣି। ଘର ସାମନାରେ ନାଳ ପାଣି ସହ ଭାସୁଛି ଅଳିଆ ଆବର୍ଜନା। ସ୍କୁଲ ପରିସରରେ ଥିବା ମୁଖ୍ୟ ଡ୍ରେନରେ ଏବେ ଜମା ହୋଇ ରହିଛି ଅଳିଆ ଆବର୍ଜନା। ବର୍ଷା ସହ ଦୁର୍ଗନ୍ଧମୟ ପରିବେଶରେ ଏବେ ରହୁଛନ୍ତି ଏହି ୱାର୍ଡବାସୀ। କେବଳ ଏତିକିରେ ସୀମିତ ହୋଇ ରହିନାହିଁ କଟକିଆଙ୍କ ସମସ୍ୟା । ସହରର ଆହୁରି ଅନେକ ଗଳିରେ ଏପରି ସ୍ଥିତି ଉପୁଜିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.