କଟକ: ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ହାଇକୋର୍ଟ ଫୁଲ ବେଞ୍ଚଙ୍କ ନୋଟିସ ପ୍ରସଙ୍ଗରେ ବଢିବାର ଲାଗିଛି ବିବାଦ ।
ଆସନ୍ତା ନଭେମ୍ବର 1 ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ବାର ଆସୋସିଏସନ । ଏହାସହ କଟକର ସମସ୍ତ ବାର୍କୁ ଏହି ଆନ୍ଦୋଳନରେ ସାମିଲ ପାଇଁ ଅନୁରୋଧ କରିଛି ହାଇକୋର୍ଟ ବାର ଆସୋସିଏସନ ।
ସେହିପରି ଆସନ୍ତା ନଭେମ୍ବର 1 ତାରିଖରେ ହେବାକୁ ଥିବା ବୈଠକରେ ଆନ୍ଦୋଳନର ପରବର୍ତ୍ତି କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ହାଇକୋର୍ଟ ବାର ସଭାପତି ସୂଚନା ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ହାଇକୋର୍ଟ ଫୁଲ୍ ବେଞ୍ଚ ରାଜ୍ୟର ସମସ୍ତ ବାରକୁ ନୋଟିସ୍ ଜାରି କରିଥିଲେ । ଆସନ୍ତା ନଭେମ୍ବର ୪ ତାରିଖରେ ଏହି ମାମଲାର ପରବର୍ତ୍ତି ଶୁଣାଣି କରାଯିବ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ