ETV Bharat / city

ଦୁର୍ଘଟଣାରେ ଛାତ୍ରଛାତ୍ରୀ ପ୍ରାଣ ହରାଇଲେ ମିଳିବ 2 ଲକ୍ଷର ସହାୟତା ରାଶି - road accident

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି । ସ୍କୁଲରେ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଛାତ୍ରଛାତ୍ରୀଙ୍କୁ ମିଳିବ 2 ଲକ୍ଷର କ୍ଷତିପୂରଣ ରାଶି । ଅଧିକ ପଢନ୍ତୁ...

government has decided to provide Rs 2 lakh for students who die in accidents in school
ଦୁର୍ଘଟଣାରେ ପ୍ରାଣ ହରାଇଲେ ଛାତ୍ରଛାତ୍ରୀଙ୍କୁ ମିଳିବ 2 ଲକ୍ଷର ସହାୟତା
author img

By

Published : Mar 25, 2021, 11:28 AM IST

କଟକ: ଏଣିକି ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଘଟଣା ଓ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଛାତ୍ରଛାତ୍ରୀଙ୍କୁ ମିଳିବ 2 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି। କେବଳ ସ୍କୁଲ୍ ସମୟରେ ହିଁ ମୃତ୍ୟୁବରଣ ହେଲେ ଏହି ରାଶି ମୃତକଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରାଯିବ। ଷ୍ଟୁଡେଣ୍ଟସ ସେଫ୍ଟି ଇନ୍ସ୍ୟୁରାନ୍ସ ସ୍କିମରେ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି। 2015 ମସିହାରୁ ଏହି ସ୍କିମ୍ ରାଜ୍ୟରେ ଜାରି ରହିଛି ବୋଲି ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ।

6 ବର୍ଷ ତଳେ ଭୁବନେଶ୍ଵରର ଚନ୍ଦ୍ରଶେଖପୁରରେ ଥିବା ଫେସ୍ 2 ସରକାରୀ ସ୍କୁଲର 4 ଜଣ ଛାତ୍ର ସ୍କୁଲ ସମୟରେ ପ୍ରାଣ ହରେଇଥିଲେ। ସେମାନଙ୍କୁ କ୍ଷତିପୂରଣ ଦେବାକୁ ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ଏ ବାବଦରେ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ଜଣେଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେପଟେ ଏହି ସ୍କିମ ଅନୁଯାୟୀ ଛାତ୍ରଛାତ୍ରୀ ପ୍ରିମିୟମ ବାବଦରେ ପ୍ରତିବର୍ଷ 2 ଟଙ୍କା ଜମା କରିବେ। ରାଜ୍ୟରେ ପ୍ରାୟ 52 ଲକ୍ଷ ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.