କଟକ: ବାରବାଟୀ ବିଧାୟକଙ୍କ ଆତିଥ୍ୟ ଗ୍ରହଣ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରବିବାର ବିଧାୟକ ମହମ୍ମଦ ମୋକିମଙ୍କ ବାସଭବନକୁ ଆସିଥିଲେ ରାଜ୍ୟପାଳ । ରାଜ୍ଯପାଳ ଏହି ଅବସରରେ ବିଧାୟକ ମହମ୍ମଦ ମୋକିମଙ୍କ ମାଆ ଏବଂ ପରିବାର ଲୋକଙ୍କୁ ଭୋଟିଛନ୍ତି ।
ମୋକିମଙ୍କ ଘରେ ପ୍ରାୟ ଅଧା ଘଣ୍ଟାକାଳ ସମୟ କାଟିଥିଲେ ରାଜ୍ୟପାଳ । ବିଧାୟକଙ୍କ ସହ ତାଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି ପ୍ରଫେସର ଗଣେଶୀ ଲାଲ । ଏହି ଅବସରରେ ରାଜ୍ୟପାଳ ବିଧାୟକଙ୍କୁ ସହରରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ରାଜ୍ୟପାଳଙ୍କ ଆତିଥ୍ୟ ସତ୍କାର କରି ଖୁସି ଜାହିର କରିଛନ୍ତି ମହମ୍ମଦ ମୋକିମ । ଅନୁରୂପ ଭାବରେ ପ୍ରଫେସର ଗଣେଶୀ ଲାଲ ମଧ୍ୟ ମୋକିମଙ୍କୁ ଭେଟି ଆନନ୍ଦିତ ହୋଇଥିବା କଥା କହିଛନ୍ତି । ରାଜ୍ୟପାଳଙ୍କ ସହ ଭଲ ସମ୍ପର୍କ ଥିବାରୁ ସେ ଘରକୁ ଆସିଥିଲେ ବୋଲି କହିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ।
ଇଟିଭି ଭାରତ, କଟକ