ETV Bharat / city

ବାଲିଯାତ୍ରା ତୋରଣ ପଡି ଯୁବତୀ ଗୁରୁତର, ଅଗ୍ନିଶମ ଗାଡି କରୁଛି ଆମ୍ବୁଲାନ୍ସ କାମ

author img

By

Published : Nov 15, 2019, 5:41 PM IST

ବାଲିଯାତ୍ରା ତୋରଣ ପଡି ଜଣେ ଯୁବତୀ ଗୁରୁତର। ବାଲିଯାତ୍ରା ପଡିଆରେ ଘଟିଥିବା ଏହି ଅଘଟଣର ଶିକାର ହୋଇଛନ୍ତି ନୂଆପଡା ଅଞ୍ଚଳର ଯୁବତୀ ଚିନ୍ମୟୀ ସାହୁ। ମାତ୍ର ସେଠାରେ ଆମ୍ବୁଲାନ୍ସ ନଥିବାରୁ ଅଗ୍ନିଶମ ଗାଡି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ବାଲିଯାତ୍ରା ତୋରଣ ପଡି ଜଣେ ଯୁବତୀ ଗୁରୁତର। ବାଲିଯାତ୍ରା ପଡିଆରେ ଘଟିଥିବା ଏହି ଅଘଟଣର ଶିକାର ହୋଇଛନ୍ତି ନୂଆପଡା ଅଞ୍ଚଳର ଯୁବତୀ ଚିନ୍ମୟୀ ସାହୁ। ସେ ତାଙ୍କ ଦାଦାଙ୍କ ସହ ବାଲିଯାତ୍ରା ଦେଖିବାକୁ ଆସିଥିବାବେଳେ ବାଲିଯାତ୍ରାର ଏକ ଗେଟର ତୋରଣଟି ତାଙ୍କ ଉପରେ ପଡି ଯାଇଥିଲା । ତୁରନ୍ତ ତାଙ୍କୁ ସେଠାରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ବି ସେଠାରେ ଆମ୍ବୁଲାନ୍ସ ସେବା ନଥିବାରୁ ତାଙ୍କୁ ଅଗ୍ନିଶମ ଗାଡ଼ିରେ ଏସସିବି ପଠାଯାଇଛି। ତେବେ ପ୍ରଶାସନ ର ଏଭଳି କାମକୁ ନେଇ ଦର୍ଶକ ସମାଲୋଚନା କରିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ବାଲିଯାତ୍ରା ପଡ଼ିଆରେ ଅଘଟଣ। ଦାଦା ଓ ଝିଆରୀ ବାଲିଯାତ୍ରା ଦେଖିବା ପାଇଁ ପଡ଼ିଆରେ ପ୍ରବେଶ କରୁଥିବା ସମୟରେ ତୋରଣ ପଡି ଯୁବତୀ ଗୁରୁତର । ସବୁଠାରୁ ବଡ ଆଉ ଆଶ୍ଚର୍ଯ୍ୟକର କଥା ହେଲା, ସରକାର ବାଲିଯାତ୍ରାକୁ ସରକାରୀ ମାନ୍ୟତା ମିଳିବାର ଡିଣ୍ଡିମ ପିଟୁଥିବାବେଳେ କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ଏତେ ବଡ ଆୟୋଜନରେ ସାମିଲ ନାହିଁ ‘ଆମ୍ବୁଲାନ୍ସ’ । ସେପଟେ ତୋରଣକୁ ଠିକ ଭାବରେ ବନ୍ଧା ଯାଇନଥିବାରୁ ତାହା ପଡି ଯାଇଥିବାର ଅଭିଯୋଗ କରିଛନ୍ତି ଯୁବତୀଙ୍କ ସମ୍ପର୍କୀୟ ।

ଯୁବତୀଙ୍କ ପଛ ମୁଣ୍ଡ ଓ ଆଖିର ଉପରି ଭାଗରେ ତୋରଣ ପଡିବାରୁ ଯୁବତୀ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ସେଠାରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଗ୍ନିଶମ ଗାଡି ଯୋଗେ ଏସସିବି ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଆମ୍ବୁଲାନ୍ସ ବଦଳରେ ଥିଲା ଅଗ୍ନିଶନ ବିଭାଗର ଗାଡି । ତେବେ ଏଠାରେ ପ୍ରଶ୍ନ, ଏତେ ବଡ଼ ଐତିହାସିକ ବାଲିଯାତ୍ରାରେ ଯଦି ଆମ୍ବୁଲାନ୍ସର କାମ ଅଗ୍ନିଶମ ଗାଡି କରୁଛି..ଅଗ୍ନିଶମ ବିଭାଗ କାମ କରିବ କିଏ ?

ଗୋଟିଏ ପଟେ ଐତିହାସିକ କଟକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ସରକାରୀ ମାନ୍ୟତା ଦେବାକୁ ସଜବାଜ ଚାଲିଥିବା ବେଳେ ଏମିତି ଏକ ଅଘଟଣ ଘଟିବା ଓ ପାଖରେ ଆମ୍ବୁଲାନ୍ସ ନଥିବା ପ୍ରସଙ୍ଗ ଅତ୍ୟନ୍ତ ନିନ୍ଦନୀୟ ।

କଟକରୁ ନାରାୟଣ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ

Intro:ବାଲିଯାତ୍ରା ତ୍ୱରଣ ପଡି ଜଣେ ଯୁବତୀ ଗୁରୁତ୍ୱର।ଗୁରୁତ୍ୱର ଯୁବତୀ ହେଉଛନ୍ତି ନୂଆପଡା ଅଞ୍ଚଳର ଚିନ୍ମୟି ସାହୁ।ସେ ତାଙ୍କ ଦାଦା ଙ୍କ ସହ ବାଲିଯାତ୍ରା ଦେଖିବାକୁ ଆସିଥିବାବେଳେ ବାଲିଯାତ୍ରା ତ୍ୱରଣ ପଡି ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି।ତେବେ ତୁରନ୍ତ ତାଙ୍କୁ ବାଲିଯାତ୍ରା ପଡ଼ିଆରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ବି ସେଠାରେ ଆମ୍ବୁଲାନ୍ସ ସେବା ନଥିବାରୁ ତାଙ୍କୁ ଅଗ୍ନିଶମ ଗାଡ଼ିରେ ଏସସିବି ପଠାଯାଇଛି।ତେବେ ପ୍ରଶାସନ ର ଏଭଳି କାମକୁ ନେଇ ଦର୍ଶକ ସମାଲୋଚନ କରିଛନ୍ତି।
ଦେଖନ୍ତୁ ଇଟିଭି ଭାରତର EXCLUSIVE ରିପୋର୍ଟ .....।

Body:(ଭିଓ -୧) ବାଲିଯାତ୍ରା ପଡ଼ିଆରେ ଅଘଟଣ।ବାଲିଯାତ୍ରା ତୋରଣ ପଡି ଜଣେ ଯୁବତୀ ଗୁରୁତ୍ୱର ହୋଇଛନ୍ତି।ଦାଦା ଓ ଝିଆରୀ ବାଲିଯାତ୍ରା ଦେଖିବା ପାଇଁ ବାଲିଯାତ୍ରା ପଡ଼ିଆରେ ପ୍ରବେଶ କରୁଥିବା ସମୟରେ ଏଭଳି ଅଘଟଣ ଘଟିଥିଲା।ଯୁବତୀଙ୍କ ପଛ ମୁଣ୍ଡ ଓ ଆଖିର ଉପରି ଭାଗରେ ତ୍ୱରଣ ପଡିବାରୁ ଯୁବତୀ ଜଣକ ଗୁରୁତ୍ୱର ଭାବେ ଆହତ ହୋଇଛନ୍ତି । ତ୍ୱରଣ କୁ ଠିକ ଭାବରେ ବନ୍ଧା ଯାଇନଥିବାରୁ ତାହା ପଡି ଯାଇଥିବାର ଅଭିଯୋଗ କରିଛନ୍ତି ଯୁବତୀଙ୍କ ସମ୍ପର୍କୀୟ।ତେବେ ଏଭଳି ବେଦାୟିତ୍ୱ ଭାବରେ କାମ କରିଥିବା ଠିକାଦାର ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଦାବି କରିଛନ୍ତି ଯୁବତୀଙ୍କ ଦାଦା।

ବାଇଟ - ଚିତ୍ତରଞ୍ଜନ ନାଥ,ଯୁବତୀଙ୍କ ଦାଦା।

(ଭିଓ -୨) ଗୁରୁତ୍ୱର ଯୁବତୀଙ୍କୁ ପ୍ରଥମେ ବାଲିଯାତ୍ରା ପଡ଼ିଆରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା।ତେବେ ଅବସ୍ଥା ଗୁରୁତର ଥିବାରୁ ଆହତ ଯୁବତୀଙ୍କୁ ଏସସିବି ବଡ଼ ମେଡିକାଲ କୁ ରେଫର କରିଥିଲେ ଡାକ୍ତର।ସବୁଠାରୁ ଆଶ୍ଚର୍ଯ୍ୟ ର କଥା ହେଉଛି ଗୁରୁତ୍ୱର ଆହତ ଯୁବତୀଙ୍କୁ ଏସସିବି ନେବା ପାଇଁ କୌଣସି ଆମ୍ବୁଲାନ୍ସ ଆସିନଥିଲା।ଅଗ୍ନିଶମ ବିଭାଗ ଗାଡ଼ିରେ ଯୁବତୀଙ୍କୁ ଏସସିବି ନିଆଯାଇଥିଲା।ତେବେ ଏତେବଡ଼ ଏହି ଐତିହାସିକ ବାଲିଯାତ୍ରା ପାଇଁ କୈଣସି ଆମ୍ବୁଲାନ୍ସ ର ବ୍ୟବସ୍ଥା କରି ନାହିଁ ଜିଲ୍ଲାପ୍ରଶାସନ।ଆମ୍ବୁଲାନ୍ସ ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଥିଲେ ବି ପ୍ରଶାସନ ସତେଯେପରି ଏହି ବ୍ୟବସ୍ଥାକୁ ଅଣଦେଖା କରୁଛି।ତେବେ ଦାୟିତ୍ୱରେ ଥିବା ଡାକ୍ତରଣୀ ମଧ୍ୟ ଏତେବଡ଼ ମେଳା ରେ କୌଣସି ଆମ୍ବୁଲାନ୍ସ ସେବା ନଥିବା ସ୍ୱୀକାର କରିଛନ୍ତି।ଅନ୍ୟପଟେ ଜିଲ୍ଲା ପ୍ରଶାସନ ର ଏଭଳି କାମ କୁ ସମାଲୋଚନ କରିଛନ୍ତି ଦର୍ଶକ।

ବାଇଟ - ଡାକ୍ତରାଣୀ।
ବାଇଟ - ଦର୍ଶକ।

Conclusion:ତ୍ୱରଣ ପଡିବା ବେଳେ କେବଳ ଯୁବତୀ ଜଣକ ସେହି ସ୍ଥାନ ଦେଇ ଯାଉଥିଲେ।ତେବେ ଏହି ଅଘଟଣ ଯଦି ଭିଡ଼ ସମୟରେ ଘଟିଥାଆନ୍ତା,ତେବେ ଘଟଣା କଣ ହେଇ ଥାଆନ୍ତା ତାହା ନ କହିବା ଭଲ।କଟକରୁ ନାରାୟଣ ସାହୁ,ଇଟିଭି ଭାରତ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.