ETV Bharat / city

4 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 3 ଗିରଫ - State Flying squad

କଟକରୁ ୮୦ କେଜିର ଗଞ୍ଜେଇ ଜବତ । କାର ଯୋଗେ ହେଉଥିଲା ଏହି ଗଞ୍ଜେଇ ଚାଲାଣ । ଅଧିକ ପଢନ୍ତୁ...

4 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 3 ଗିରଫ
4 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 3 ଗିରଫ
author img

By

Published : Nov 13, 2021, 9:25 PM IST

କଟକ: କଟକସ୍ଥିତ ଟାଙ୍ଗୀ ଡ୍ରିମ୍ସ ଛକରୁ ୮୦ କେଜି ଗଞ୍ଜେଇ ଜବତ ହୋଇଛି । ସୂଚନାନୁସାରେ ଏହା କନ୍ଧମାଳରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବାବେଳେ ରାଜ୍ୟ ଫ୍ଲାଇଙ୍ଗ ସ୍କ୍ବାର୍ଡ ଦ୍ବାରା ଗଞ୍ଜେଇ ଜବତ କରିଛି । ତେବେ ଷ୍ଟେଟ ଫ୍ଲାଇଙ୍ଗ ସ୍କ୍ବାର୍ଡ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ବରେ ଗଠନ ହୋଇଥିବା ଏହି ଟିମ୍ ଗଞ୍ଜେଇ ଜବତ କରିଥିବା ଜଣାପଡିଛି ।

4 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 3 ଗିରଫ

ସେପଟେ ଏହି ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ତିନି ଜଣକୁ ଗିରଫ କରାଯିବା ସହ ଏକ କାର ଜବତ ହୋଇଛି । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଗିରଫ ହୋଇଥିବା ୩ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି ।

ଏହି ଘଟଣାରେ ସେମାନଙ୍କ ବିରୋଧରେ ପୂର୍ବରୁ ଅନ୍ୟାନ୍ୟ ଅପରାଧିକ ମାମଲା ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଦିନକୁ ଦିନ କମ ବୟସର ଯୁବକମାନେ ଏହି ବେପାର ପ୍ରତି ଆକୃଷ୍ଟ ହେଉଥିବାରୁ ପୋଲିସ ପାଇଁ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.