ETV Bharat / city

ଦିଲ୍ଲୀକୁ ଚୋରା ଚାଲାଣ ବେଳେ ଗଞ୍ଜେଇ ଭର୍ତ୍ତି କାର ଜବତ, ଦୁଇ ଭାଇ ଗିରଫ

ଆନ୍ଧ୍ରପ୍ରଦେଶରୁ ଦିଲ୍ଲୀକୁ ଚୋରା ଚାଲାଣ ବେଳେ ଗଞ୍ଜେଇ ଭର୍ତ୍ତି କାର ଜବତ । କଟକ ମଙ୍ଗୁଳି ଟୋଲଗେଟ୍ ପାଖରେ ଚଢାଉ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ

author img

By

Published : Jul 11, 2022, 8:18 PM IST

ଆନ୍ଧ୍ରରୁ ଦିଲ୍ଲୀ ଚାଲାଣ ହେଉଥିଲା ଗଞ୍ଜେଇ,ମାଡି ବସିଲା ଅବକାରୀ ବିଭାଗ

କଟକ : ଦିନକୁ ଦିନ ବଢିବାରେ ଲାଗିଛି ଗଞ୍ଜେଇ ଚୋରା କାରବାର । ଆନ୍ଧ୍ରପ୍ରଦେଶରୁ ଦିଲ୍ଲୀକୁ ଚୋରା ଚାଲାଣ ବେଳେ କଟକ ମଙ୍ଗୁଳି ଟୋଲଗେଟ୍ ପାଖରେ ଧରାପଡିଲା କାର । କଟକ ଜିଲ୍ଲା ଅବକାରୀ ଗୁଇନ୍ଦା ବିଭାଗର ଯାଂଚ ବେଳେ କାରରୁ ୮୧ କିଲୋ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ଗଞ୍ଜେଇର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି ।

ତେବେ ଗଞ୍ଜେଇ ଚାଲାଣ ହେଉଥିବା ଏକ ହୋଣ୍ଡା ସିଟି କାରକୁ ଜବତ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନାଁ କୁଳଦୀପ ରାଜପୁତ ଓ ସଚିନ ରାଜପୁତ । ଉଭୟ ଦିଲ୍ଲୀର ବାସିନ୍ଦା ଏବଂ ଉଭୟେ ସମ୍ପର୍କୀୟ ଭାଇ ହେବେ । ଏହି ଦୁଇ ଅଭିଯୁକ୍ତ ଶନିବାର ଦିନ ଆନ୍ଧ୍ରପ୍ରଦେଶ ଆଙ୍କାପାଲିରୁ 81 କେଜି ଗଞ୍ଜେଇ ଏକ କାର ଯୋଗେ ଦିଲ୍ଲୀ ଚାଲାଣ କରୁଥିଲେ।

ଏନେଇ ସୂଚନା ପାଇବା ପରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ମଙ୍ଗୁଳି ଟୋଲ ଗେଟରେ ଜାଲ ବିଛେଇ ଏମାନଙ୍କୁ ଧରିଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତ ବର୍ଷ ଓଡ଼ିଆରୁ ଗଞ୍ଜେଇ ନେଇ ଦିଲ୍ଲୀ ଯାଉଥିବା ବେଳେ ଏହି ଦୁଇ ଭାଇ NCB ହାତରେ ଧାରା ପଡ଼ି 9 ମାସରେ ଜେଲରେ ରହିଥିଲେ । ତେବେ ଗତ ଜୁନ ମାସରେ ଉଭୟେ ଜାମିନରେ ଆସିଥିବା ବେଳେ ଏବେ ପୁଣିଥରେ ଧରା ପଡିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.