ETV Bharat / city

ପ୍ରେମିକ ପ୍ରବର ହାଇଦର, ଗୋଟିଏ ନୁହେଁ ଥିଲେ 3 ପ୍ରେମିକା

author img

By

Published : Apr 17, 2021, 9:35 AM IST

ଫେରାର ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବାରେ ସଫଳ ହୋଇଛି ପୋଲିସ । ତେବେ ହାଇଦର ଧରାପଡିବା ସହ ତାର ପ୍ରେମ କାହାଣୀ ବି ସାମନାକୁ ଆସିଛି । ସେହି ପ୍ରେମ ହିଁ ତା ବିଷୟରେ ପୋଲିସକୁ ଦେଇଥିଲା ସୁରାକ । ଅଧିକ ପଢନ୍ତୁ...

Gangster Hyder trapping three young women in a love trap
ତିନି ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅୟସ କରୁଥିଲା ଗ୍ୟାଙ୍ଗଷ୍ଟର ହାଇଦର

କଟକ: 5 ଦିନ ଧରି ଫେରାର ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବାରେ ସଫଳ ହୋଇଛି ପୋଲିସ । ତେବେ ହାଇଦର ଧରାପଡିବା ସହ ତାର ପ୍ରେମ କାହାଣୀ ବି ସାମନାକୁ ଆସିଛି । ଏବଂ ସେହି ପ୍ରେମ ହିଁ ତା ବିଷୟରେ ପୋଲିସକୁ ଦେଇଥିଲା ସୁରାକ ।

ଗୋଟିଏ କି ଦୁଇ ଜଣ ନୁହେଁ ହାଇଦର ପ୍ରେମରେ ପଡ଼ିଛନ୍ତି ତିନି ତିନି ଜଣ ଯୁବତୀ । ଏବଂ ତେଲେଙ୍ଗାନା ରହଣୀ ସମୟରେ ହାଇଦର ଭିନ୍ନ ଭିନ୍ନ ମୋବାଇଲ ନମ୍ବରରୁ ନିଜ ପ୍ରେମିକା ମାନଙ୍କ ସହିତ ଲଗାତାର ସଂସ୍ପର୍ଶରେ ରହୁଥିଲା । ହାଇଦର ଫେରାର ହେବାର ଦୁଇ ଦିନ ପରେ ତାର ଜଣେ ପ୍ରେମିକାଙ୍କ ଫୋନ କଲକୁ ଯାଞ୍ଚ କରୁ କରୁ ରାଜ୍ୟ ବାହାର 6ଟି ନମ୍ବରରୁ ତାଙ୍କ ପାଖକୁ ଫୋନ ଆସୁଥିବା ଜାଣିବାକୁ ପାଇଥିଲା ପୋଲିସ । ଏବଂ ଏହି ନମ୍ବରଟି ତେଲେଙ୍ଗାନାର ଏବଂ କଲ ମଧ୍ୟ ସେହି ଠାରୁ ହେଉଥିବା ସ୍ପଷ୍ଟ ହୋଇଥିଲା ।ଏହା ପରେ ପୋଲିସ ସେହି 3ଟି ଯାକ ନମ୍ବରକୁ ସର୍ଭିଲାନ୍ସକୁ ନେବା ପରେ ଅନ୍ୟ ଦୁଇଟି ନମ୍ବର ବାବଦରେ ସୁରାକ ମିଳିଥିଲା । ଏବଂ ତଦନ୍ତ କରୁକରୁ ସେହି ଦୁଇଟି ଯାକ ନମ୍ବର ମଧ୍ୟ ଦୁଇ ଜଣ ଯୁବତୀଙ୍କର ବୋଲି ଜଣାପଡିଲା । 13 ତାରିଖ ସୁଦ୍ଧା ପୋଲିସକୁ ହାଇଦର ଗତିବିଧି ସବିଶେଷ ସୂଚନା ମିଳିବା ପରେ ସେହି ଦିନ ହିଁ ତେଲେଙ୍ଗାନା ଯାଇଥିଲା କଟକ କମିଶନରେଟ ପୋଲିସର ଏକ ଟିମ୍ । ହେଲେ ପୋଲିସ ସେଠାରେ ପହଁଚିବା ବେଳକୁ ହାଇଦର ତେଲେଙ୍ଗାନାର ନିଜ ଠିକଣା ଛାଡ଼ି ସାଙ୍ଗାରେଡ୍ଡୀ ଜିଲ୍ଲାକୁ ଚାଲିଯାଇଥିଲା । ହେଲେ ପ୍ରେମିକା ମାନଙ୍କ ସହ ବାର୍ତ୍ତାଳାପ କିନ୍ତୁ ଜାରି ରହିଥିଲା । ଏବଂ ସେହି ଫୋନକଲରୁ ଲୋକେସନ ଡିଟେଲ ପାଇବା ପରେ 15 ତାରିଖ ସଂନ୍ଧ୍ୟା ବେଳେ ତାକୁ ମାଡ଼ି ବସିଥିଲା ପୋଲିସ ।

ବଡ଼ କଥା ହେଉଛି ଗ୍ୟାଙ୍ଗଷ୍ଟର ପ୍ରେମରେ ପଡ଼ିଥିବା ତିନି ଯୁବତୀଙ୍କ ମଧ୍ୟରୁ ଜଣକ ବୟସ 18 ବର୍ଷ ହୋଇଥିବା ବେଳେ ଆଉ ଦୁଇ ଜଣଙ୍କ ବୟସ ଯଥା କ୍ରମେ 22 ଓ 26 । ଏମାନଙ୍କ ମଧ୍ୟରୁ ଜଣେ ଭୋଗରାଇ ବାଲେଶ୍ବର ବାସିନ୍ଦା ହୋଇଥିବା ବେଳେ ଜଣେ ପଟ୍ଟାମୁଣ୍ଡାଇ ଓ ଆଉ ଜଣେ ମାହାଙ୍ଗା ବାସିନ୍ଦା । ହାଇଦରକୁ ଧରିବା ପରେ ଯାଇ ପୋଲିସ ଏହି ତିନି ଯୁବତୀଙ୍କୁ ନିଜ ହେପାଜତକୁ ନେଇଥିଲା । ଏବଂ ଥାନାରେ ପହଁଚି ପଚରାଉଚରା ସମୟରେ ସେମାନେ ପରସ୍ପର ବାବଦରେ ଜାଣିବାକୁ ପାଇଥିଲେ । ଏବେ ପୋଲିସ ହାଇଦର ସେହି 3 ଜଣ ପ୍ରେମିକାଙ୍କ ସହ ତାର 3 ଜଣ ସହଯୋଗୀମାନଙ୍କୁ କଟକର ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି । ଯଦି ଏହି ଯୁବତୀମାନଙ୍କ ମଧ୍ୟରୁ କାହାର ବି ହାଇଦର ଫେରାର ହେବା ପଛରେ ସମ୍ପୃକ୍ତି ଥିବା ନେଇ ପ୍ରମାଣ ମିଳିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ହାଇଦର ଏହି ପ୍ରେମିକାମାନେ ଭିନ୍ନ ଭିନ୍ନ ସମୟରେ ତାକୁ ଭେଟିବା ପାଇଁ ଏସସିବି ଆସୁଥିଲେ । ତେବେ ଏହି ଯୁବତୀମାନେ ହାଇଦର ସଂସ୍ପର୍ଶରେ କେମିତି ଆସିଲେ ଏବଂ ଏହି ପ୍ରେମ କେତେ ପୁରୁଣା ତାହା ସ୍ପଷ୍ଟ ହୋଇନାହିଁ ।

ମିଳିଥିବା ଆଉ ଏକ ସୂଚନା ମୁତାବକ ହାଇଦର ନିଜ ଜୀବନ କାଳ ମଧ୍ୟରେ ଅନେକ ଥର ପ୍ରେମରେ ପଡ଼ିଛି । 90 ଦଶକରେ ଯାତ୍ରା ଅଭିନେତ୍ରୀଙ୍କ ସହିତ ମଧ୍ୟ ହାଇଦର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପୂର୍ବରୁ ଦୁଇ ଦୁଇଟି ପତ୍ନୀ ଥାଇ ମଧ୍ୟ ସେହି ଅଭିନେତ୍ରୀମାନେ ହାଇଦରକୁ ନିଜର ଜୀବନ ସାଥି କରିବା ପାଇଁ ମନସ୍ଥ କରି ଦେଇଥିଲେ । ହାଇଦର ମଧ୍ୟ ସେମାନଙ୍କୁ ବିବାହ କରିବା ପାଇଁ କଥା ଦେଇଥିଲା । କିନ୍ତୁ ଅପରାଧ ଜଗତର ପାରମ୍ପରିକ ଶତୃମାନଙ୍କୁ ନିପାତ କରି ଏହି ଜଗତର ବେତାଜ ବାଦଶାହା ହେବା ପାଇଁ ହାଇଦର ଦୁର୍ବାର ଇଚ୍ଛା ଆଗରେ ହାର ମାନିଥିଲା ପ୍ରେମ । ଏବଂ ହାଇଦର ଏହି ମନୋବୃତ୍ତି ପାଇଁ ଅଧୁରା ରହି ଯାଇଥିଲା ତାର ପ୍ରେମ ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.