ETV Bharat / city

କୋର୍ଟରେ ହାଜର ହେଲେ ଗ୍ୟାଙ୍ଗଷ୍ଟାର ଡି. ବ୍ରଦର୍ସ - ଧଳସାମନ୍ତ ଭ୍ରାତା ଖବର

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଶିଲ ଏବଂ ସୁଶାନ୍ତ ଧଳସାମନ୍ତ ଆଜି କଟକର ବିଭିନ୍ନ ନିମ୍ନ ଅଦାଲତରେ ହଜାର ହୋଇଥିଲେ । ଅଧିକ ପଢ଼ନ୍ତୁ...

କୋର୍ଟରେ ହାଜର ହେଲେ ଗ୍ୟାଙ୍ଗଷ୍ଟାର ଡି. ବ୍ରଦର୍ଶ

author img

By

Published : Oct 5, 2021, 4:54 PM IST

କଟକ: ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଶିଲ ଏବଂ ସୁଶାନ୍ତ ଧଳସାମନ୍ତ ଆଜି(ମଙ୍ଗଳବାର) କଟକର ବିଭିନ୍ନ ନିମ୍ନ ଅଦାଲତରେ ହଜାର ହୋଇଥିଲେ । ଜିଲ୍ଲା ଜଜ୍ କୋର୍ଟରେ ଡି. ବ୍ରଦର୍ସଙ୍କ ବିରୁଦ୍ଧରେ ଥିବା ମାମଲାର ଶୁଣାଣି ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବା ନେଇ ନିଷ୍ପତ୍ତି ହୋଇଛି । ତେବେ ଏହାକୁ ବିରୋଧ କରିଛନ୍ତି ଡି. ବ୍ରଦର୍ସଙ୍କ ଓକିଲ ।

କୋର୍ଟରେ ହାଜର ହେଲେ ଗ୍ୟାଙ୍ଗଷ୍ଟାର ଡି. ବ୍ରଦର୍ଶ

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ସଠିକ ଢଙ୍ଗରେ ହୋଇପାରିବ ନାହିଁ ବୋଲି କୋର୍ଟକୁ କହିଥିଲେ ଗ୍ୟାଙ୍ଗଷ୍ଟାର ଧଳସାମନ୍ତ ଭ୍ରାତା ଦ୍ବୟଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର । ADJ, SDJM ଏବଂ ମାଜିଷ୍ଟ୍ରେଟଙ୍କ କୋର୍ଟରେ ସାକ୍ଷୀ ହେବାର ଥିଲା । ସେଥିପାଇଁ ସେସବୁ କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା । କେତେକ ମାମଲାରେ ସାକ୍ଷୀ ହାଜର ନହେବାରୁ ମାମଲାଗୁଡିକର ଶୁଣାଣି ପରବର୍ତ୍ତୀ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ବର୍ତ୍ତମାନ ଉଭୟଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବାଲେଶ୍ଵର, ବଲାଙ୍ଗୀର ଜେଲ୍‌କୁ ପଠାଇ ଦିଆଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିକୁ ଆମେ ବିରୋଧ କରୁଛୁ ଯଦି ସିଧାସଳଖ ହାଜର କରି ମାମଲାଗୁଡ଼ିକର ଶୁଣାଣି ପାଇଁ ନିଷ୍ପତ୍ତି ନନିଆଯାଏ, ତାହା ହେଲେ ଆମେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ଗ୍ୟାଙ୍ଗଷ୍ଟାର ଡି.ବ୍ରଦର୍ସଙ୍କ ଓକିଲ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.