ETV Bharat / city

ଦିପୁ ଓ ଓମ ହତ୍ୟା ମାମଲା, କୋର୍ଟରେ ହାଜର ହେଲେ D-Brothers - କଟକରେ ଦିପୁ ଓମ ହତ୍ୟା ମାମଲା

ଦିପୁ ଓ ଓମ ହତ୍ୟା ମାମଲାରେ ଆଜି କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ(D-Brothers) ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ। ଅଧିକ ପଢନ୍ତୁ

ଦିପୁ ଓମ ହତ୍ୟା ମାମଲା,କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ ସୁଶୀଲ-ଶୁଶାନ୍ତ

author img

By

Published : May 17, 2022, 10:12 AM IST

କଟକ: ଦିପୁ ଓ ଓମ ହତ୍ୟା ମାମଲା । ଆଜି କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ(D-Brothers) ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର କରାଯାଇଛି । ଗତକାଲି ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା, ମାତ୍ର କୋର୍ଟ ରେଫେରାନ୍ସ ହୋଇଥିବାରୁ ଆଜି ଏହାର ଶୁଣାଣି କରାଯିବ । ସୋମବାର ବଡ଼ଭାଇଙ୍କୁ ସୁଶାନ୍ତ ଧଳସାମନ୍ତଙ୍କୁ ଚୌଦ୍ୱାର ଜେଲ୍‌ ଓ ସାନ ଭାଇ ଶୁସିଲ ଧଳସାମନ୍ତଙ୍କୁ ଝାରପଡା ଜେଲରେ ରଖାଯାଇଥିଲା ।

ଦିପୁ ଓମ ହତ୍ୟା ମାମଲା,କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ ସୁଶୀଲ-ଶୁଶାନ୍ତ

ଏହି ମାମଲାରେ ଆଜି ସାକ୍ଷଗ୍ରହଣ କରାଯିବ । ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷଗ୍ରହଣ କରାଯିବ । ତେବେ ଗତକାଲି ଏହି ପ୍ରକ୍ରିୟା ଅଧା ରହିଥିଲା । ବହୁ ଚର୍ଚ୍ଚିତ ଖୁଣ୍ଟକଟା ଫାର୍ମ ହାଉସରେ ଦିପୁ ଓ ଓମଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡ଼ଖଣ୍ଡରେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତତ୍କାଳୀନ ଚାଉଳିଆଗଞ୍ଜ ଥାନାଧିକାରୀ ଘଟଣାର ତଦନ୍ତ କରୁଥିଲେ । ତେବେ ଦିପୁ ଓମ ହତ୍ୟା ଘଟଣାରେ ଏହା ଶେଷ ସାକ୍ଷଗ୍ରହଣ ବୋଲି ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.