ETV Bharat / city

କଟକରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ଗାନ୍ଧୀଙ୍କ ବ୍ରୋଞ୍ଜ ୱାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - ଉତ୍କଳ ଦିବସ 2021

ଓଡିଶା ଆଜି ପାଳନ କରୁଛି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର 86ତମ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ଗୋପବନ୍ଧୁ ପ୍ରତିମୂର୍ତ୍ତି ଓ ଗାନ୍ଧୀଙ୍କ ବ୍ରୋଞ୍ଜ ୱାଲ ଉନ୍ମୋଚନ କରିଛନ୍ତି । ଅଧିକ ପଢନ୍ତୁ...

gandhi wall and gapabandhu statue innagurate by cm naveen pattnaik on utkala divas
ଗୋପବନ୍ଧୁ ପ୍ରତିମୂର୍ତ୍ତି ଓ ଗାନ୍ଧୀଙ୍କ ବ୍ରୋଞ୍ଜ ୱାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
author img

By

Published : Apr 1, 2021, 12:22 PM IST

କଟକ: ଓଡିଶା ଆଜି ପାଳନ କରୁଛି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର 86ତମ ଦିବସ । ଉତ୍କଳ ଦିବସ ପାଇଁ ଚଳଚଞ୍ଚଳ ହୋଇଉଠିଛି କଟକ ସହର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରର ଦୁଇଟି ସ୍ଥାନରେ ପ୍ରତିଷ୍ଠିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିବା ସହିତ ଗାନ୍ଧୀଜୀଙ୍କ କଟକ ଗସ୍ତ ଶତବାର୍ଷିକୀ ବ୍ରୋଞ୍ଜ ୱାଲକୁ ଉଦଘାଟନ କରିଛନ୍ତି ।

ଗୋପବନ୍ଧୁ ପ୍ରତିମୂର୍ତ୍ତି ଓ ଗାନ୍ଧୀଙ୍କ ବ୍ରୋଞ୍ଜ ୱାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବାରଵାଟୀ ଷ୍ଟାଡିଅମ ନିକଟରେ ଉନ୍ମୋଚନ ହେଲା ଗୋପବନ୍ଧୁଙ୍କ ବିଶାଳ ପ୍ରତିମୂର୍ତ୍ତି। ଉତ୍କଳ ଦିବସ ଉପଲକ୍ଷେ ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ବେଲଭ୍ୟୁ ଠାରେ ନବନିର୍ମିତ ପାର୍କରେ ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକୀ ସ୍ମାରକୀ ସଦୃଶ ବ୍ରୋଞ୍ଜ ୱାଲକୁ ଉଦଘାଟନ କରିଛନ୍ତି । ତେବେ ଏହା କଟକବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ତେବେ ଏହା ସାରା ରାଜ୍ୟରେ କଟକର ମାନକୁ ଦ୍ବିଗୁଣିତ କରିବ ବୋଲି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ।

କଟକରୁ ନାରାୟଣ ସାହୁ ଓ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.