କଟକ: ସିଲଭରସିଟିରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଘରୁ ବାହାରିବା ମଧ୍ୟ ହୋଇ ପଡୁଛି କଷ୍ଟ । ଏହାରି ମଧ୍ୟରେ ଜରୁରୀକାଳୀନ କାମ କରିବାକୁ ମଧ୍ୟ ବାଧ୍ୟ ମଣିଷ ସମାଜ । ତେବେ ଏହି ଖରାକୁ ପ୍ରତିହତ କରିବା ପାଇଁ ଲୋକେ ବାଛିଛନ୍ତି ଏକ ନିଆରା ମାର୍ଗ । ଥଣ୍ଡା ପାନୀୟ ନୁହେଁ ବରଂ ଫଳ ଯୁସ ପିଇ ଟାଣ ଖରା କୁ କରୁଛନ୍ତି ସାମ୍ନା । କେବଳ ଜୁସ ନୁହେଁ , ଫଳ ସାଲଡ଼ର ଭରପୁର ଫାଇଦା ଉଠାଉଛନ୍ତି ଲୋକେ ।
କଟକରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଦିନ 11 ବାଜିଲେ ବାଉନ ବଜାର ତେପନ ଗଳିରେ କମି ଯାଏ ଜନସମାଗମ । କାରଣ ଏହାରି ମଧ୍ୟରେ 40 ଡିଗ୍ରୀ ମଧ୍ୟ ପାର କରିଥିଲା ପ୍ରବାହ । ତେଣୁ ଏକପ୍ରକାର ଲୋକ ମାନଙ୍କ ମଧ୍ୟରେ ପଶିଛି ଛନକା ବାହାରକୁ ବାହାରିଲେ ଅଂଶୁଘାତ ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ଏହି ପ୍ରଚଣ୍ଡ ଖରା ମଧ୍ୟରେ ସଂଜୀବନି ସାଜିଛି ଫଳ ଜୁସ ଓ ଫଳ ସାଲଡ଼। ଯେଉଁମାନେ ଜରୁରୀକାଳୀନ କାମ ରେ ବାହାରକୁ ଯାଉଛନ୍ତି ସେମାନଙ୍କ ପାଇଁ ସଂଜୀବନି ସାଜିଛି ଏହି ଫଳ ଜୁସ ଓ ଫଳ ସାଲଡ଼ । ବିଭିନ୍ନ ପ୍ରକାର ଫଳ ଯେପରି ତରଭୁଜ , ସେଓ ,ଅଙ୍ଗୁରୁ , ଅମୃତଭଣ୍ଡା, ପିଜୁଳି ଇତ୍ୟାଦି ଫଳ ରେ ତିଆରି ହେଉଛି ସମସ୍ତ ଆଇଟମ । ଥଣ୍ଡା ପାନୀୟ ସ୍ଥାନରେ ଏହି ଫଳର ମଜା ନେଉଛନ୍ତି କଟକିଆ ।
ଅନ୍ୟପଟେ ଏହି ବ୍ୟବସାୟ ମଧ୍ୟ ସିଲଭରସିଟିରେ ବେଶ ଚାହିଦାପୂର୍ଣ୍ଣ ରହିଛି । କାରଣ ପୂର୍ବରୁ ଟାଣ ଖରା ସମୟରେ ଥଣ୍ଡା ପାନୀୟ ଉପରେ ବେଶୀ ଲୋକେ ଭରସା କରୁଥିଲେ । କିନ୍ତୁ ବର୍ତ୍ତମାନ ଫଳ ଜୁସକୁ ନେଇ ବେଶ ଖୁସି ହେଉଛନ୍ତି ବାଟୋଇ । କାରଣ ଏହା ଶରୀରକୁ ସତେଜ କରିବା ସହ ଜଳୀୟଅଂଶ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେଉଛି ଏହି ସାଲଡ଼ ଓ ଯୁସ । ତେବେ କଟକରେ ଏହି ବ୍ୟବସାୟ ବେଶ ଭଲ ରହିଛି । ଯାହାଦ୍ବାରା ଏହି କୋଭିଡ ସମୟରେ ବ୍ୟବସାୟୀ ମାନେ କିଛି ଟଙ୍କା ମଧ୍ୟ ଉପାର୍ଜନ କରି ପାରୁଛନ୍ତି।
କଟକରେ ପ୍ରଚଣ୍ଡ ଖରା ସମୟରେ ଥଣ୍ଡା ପାନୀୟ ସ୍ଥାନରେ ଫଳ ଜୁସକୁ ଗ୍ରହଣ କରୁଛନ୍ତି କଟକିଆ । ନାଁ ଏଥିରେ ଅଛି ପାର୍ଶ୍ଵ ପ୍ରତିକ୍ରିୟା ନା ଭେଜାଲର ଭୟ । ତେଣୁ ଖରା ଦିନରେ ଏହି ଜୁସ ଓ ସାଲାଡ଼ ଖାଇ ଏକ ଉତ୍ତମ ସ୍ବାସ୍ଥ୍ୟ ଗଠନ ଦିଗରେ କଟକ ବାସିନ୍ଦା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ