କଟକ: ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ବିଶାଖାପାଟଣା ପୂର୍ବତନ ବିଧାୟକଙ୍କୁ ମିଳିଲା ଜାମିନ । ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ବିଶାଖାପାଟଣା ପୂର୍ବତନ ବିଧାୟକ ଏମ ଭି ପ୍ରସାଦଙ୍କୁ (Former Vishakhapatnam MLA M V Prasad) ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ ।
ଏମ ଭି ପ୍ରସାଦଙ୍କୁ ହାଇକୋର୍ଟ ୩୦ ଲକ୍ଷ ଟଙ୍କା ମୂଲ୍ୟ ଜମିର କାଗଜପତ୍ର ଜମା କରିବାକୁ ସର୍ତ୍ତ ରଖିଛନ୍ତି । ସେହିପରି ଏକ ଲକ୍ଷ ଟଙ୍କିଆ ଦୁଇଜଣ ଜାମିନଦାର ବଦଳରେ ମୁକୁଳିବାକୁ ସର୍ତ୍ତ ରଖିଛନ୍ତି । ଏପରିକି ଯେଉଁମାନେ କ୍ୟାସ ଦାବି କରିବେ ସେମାନଙ୍କୁ ୭ ଦିନ ଭିତରେ ପୈଠ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉକି, ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ୱେଷ୍ଟର ପୂର୍ବତନ ବିଧାୟକ ଏମ ଭି ପ୍ରସାଦ ଚିଟଫଣ୍ଡ ଅର୍ଥ ଠକେଇ ମାମଲାରେ ଓଡିଶା ପୋଲିସର EOW ଆନ୍ଧ୍ରରେ ଚଢାଉ କରି ଗିରଫ କରିଥିଲା । ଏହାପରେ ତାଙ୍କ ସମସ୍ତ କାରବାର ତଥ୍ୟ ପ୍ରକାଶ କରିଥିଲେ । ୱେଲଫେୟାର ହାଉସିଙ୍ଗ ସ୍କିମ ଚିଟଫଣ୍ଡ ନାମରେ ଲକ୍ଷାଧିକ ଟଙ୍କା ଠକେଇ କରିଥିଲେ । ଓଡିଶାରେ କିଭଳି ଚିଟଫଣ୍ଡ କମ୍ପାନୀ ନାମରେ କୋଟି କୋଟି ଟଙ୍କା ଠକେଇ କରିଥିଲେ ତାହା ପର୍ଦ୍ଦାଫାସ କରିଥିଲା ଅର୍ଥନୈତିକ ଓ ଅପରାଧ ଶାଖା ଓଡିଶା ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ